fbpx
BJD
BJD SKY
BJD SKY

(Video) ଗୋପାଳର ରାଗ ନେଲା ନବଙ୍କ ଜୀବନ; ରାଗ କମିଯିବ ବୋଲି ୨ମାସ ହେବ ଔଷଧ ଖାଉନଥିଲା ଗୋପାଳ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଉ ଏକ ନୂଆ ଟ୍ୱିଷ୍ଟ । ନାର୍କୋ ଟେଷ୍ଟ ପରେ ଓଡିଶା ଫେରୁଛି ଗୋପାଳ । ଆଉ ଗୋପାଳର ଯେଉଁ ନାର୍କୋ ଟେଷ୍ଟ ରିର୍ପୋଟ ରହିଛି ତାହାକୁ କୋର୍ଟରେ ଉପସ୍ଥାପନ କରାଯିବ ।

ତେବେ ଏହା ଭିତରେ ଯାହା ଶୁଣିବାକୁ ମିଳୁଛି ନାର୍କୋ ଟେଷ୍ଟ ସମୟରେ ସବୁ ସତକଥା କହିଛି ଗୋପାଳ । ମନ୍ତ୍ରୀଙ୍କୁ କେଉଁ କାରଣ ପାଇଁ ସେ ଗୁଳି ମାରିଥିଲା ତାହା ଖୋଲି କରି କହିଛି । ମନ୍ତ୍ରୀଙ୍କ ସ୍ୱଭାବ ଭଲ ନଥିଲା ଏହା ସହିତ ଗୋପାଳର ମନ୍ତ୍ରୀଙ୍କ ଉପରେ ବ୍ୟକ୍ତିଗତ ରାଗ ଥିଲା ବୋଲି ସୂଚନା ଦେଇଥିବା ଶୁଣିବାକୁ ମିଳୁଛି । ଦୁଇଥର ମାରିବାକୁ ଚେଷ୍ଟା କରିଥିଲି ମୋତେ ସୁଯୋଗ ମିଳିଲା ଆଉ ମୁଁ ତାହା ଉପଯୋଗ କରିଲି ବୋଲି କହିଥିବା ସୂଚନା ମିଳୁଛି ।

ଏହା ସହିତ ଗୋପାଳ ଯେଉଁ ମାନସିକ ରୋଗରେ ଆକ୍ରାନ୍ତ ଥିଲେ ସେଥିପାଇଁ ସେ ଔଷଧ ଖାଉଥିଲେ । ତେବେ ମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବା ପୂର୍ବରୁ ସେ ଔଷଧ ଖାଉ ନଥିବା ମଧ୍ୟ ପ୍ରକାଶ କରିଛି । ତେବେ ଏହି ଘଟଣାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରୁଥିବା ବେଳେ କେବେ ଏହିଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁୂ ଆସିବ ତାହା ଦେଖିବା ବାକି ରହିଲା ।

Get real time updates directly on you device, subscribe now.