fbpx

ରାଜ୍ୟ ସରକାର ଆଣିଲେ ପୁଣି ନିଯୁକ୍ତି ସୁଯୋଗ: ଗ୍ରାମ ରୋଜଗାର ସେବକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ କିଛି ପଦ ପୂରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ଗ୍ରାମ ରୋଜଗାର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୧୬୭ଟି ପଦ ପୂରଣ ହେବ । କୋରାପୁଟ ଜିଲ୍ଲା ପରିଷଦ ପକ୍ଷରୁ ଏନେଇ ଏକ ନୋଟିଫିକେସନ ଜାରି କରାଯାଇଥିବା ବେଳେ ଆବେଦନନର ଅନ୍ତିମ ତାରିଖ ସେପ୍ଟେମ୍ବର ୧୭ ରହିଛି ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଚଳିତ ବର୍ଷ ଅଗଷ୍ଟ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ ଯୋଗ୍ୟତା ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍ ରହିଥିବା ଆବଶ୍ୟକ । ପ୍ରାଥୀ ଓଡ଼ିଆ ଭାଷାରେ କହିବା, ଲେଖିବା ଓ ପଢ଼ିବା ଭଲ ଭାବେ ଜାଣିଥିବା ଆବଶ୍ୟକ । ନୋଟିଫିକେସନ ଲିଙ୍କକୁ ଯାଇ ଆବେଦନ ଫର୍ମ ଡାଉନଲୋଡ୍ କରି ପ୍ରାର୍ଥୀମାନେ ସେଥିରେ ଆବେଦନ କରିପାରିବେ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆକ୍ଟ (ଏମଜିଏନଆରଇଜିଏ) ଅଧିନରେ ଏହି ନିଯୁକ୍ତି ଦିଆଯିବ । ନୂଆ କରି ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ ମାସିକ ବେତନ ୭ ହଜାର ଟଙ୍କା ଓ ୧ ବର୍ଷରୁ ୬ ବର୍ଷରେ କାର୍ଯ୍ୟ କରିଥିବା ପ୍ରାର୍ଥୀଙ୍କୁ ୮୫୦୦ ଟଙ୍କା ପ୍ରଦାନ କରାଯିବ । ସେହିପରି ୬ ବର୍ଷ ସଫଳତାର ସହ କାର୍ଯ୍ୟ କରିବା ପରେ ପ୍ରାର୍ଥୀଙ୍କୁ ୮୮୯୯ ଟଙ୍କା ବେତନ ଦିଆଯିବ ।

ନୋଟିଫିକେସନ ଲିଙ୍କ: https://koraput.odisha.gov.in/sites/default/files/2024-08/Lt-4070.pdf

Get real time updates directly on you device, subscribe now.