ତୁରନ୍ତ ନିଯୁକ୍ତିି ସ୍ଥାନରେ ଯୋଗ ଦିଅ, ଅଧିକାରୀମାନଙ୍କୁ କୃଷି ସଚିବଙ୍କ ନିର୍ଦ୍ଦେଶ, ନଚେତ ଦରମା…

କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କ ପକ୍ଷରୁ ଏନେଇ କଡ଼ା ନିର୍ଦ୍ଦେଶନାମା।

ଭୁବନେଶ୍ୱର: କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶନାମା। ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ତୁରନ୍ତ ଯୋଗଦେବା ପାଇଁ ଜାରି ହେଲା ବିଜ୍ଞପ୍ତି।

କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କ ପକ୍ଷରୁ ଏନେଇ କଡ଼ା ନିର୍ଦ୍ଦେଶନାମା। ପଦୋନ୍ନତିପ୍ରାପ୍ତ/ବଦଳି ଅଧିକାରୀ ନିଯୁକ୍ତି ସ୍ଥାନରେ ଯୋଗ ଦେବାକୁ ଦେଲେ ନିର୍ଦ୍ଦେଶ।

କୌଣସି ପରିସ୍ଥିତିରେ ନିର୍ଦ୍ଦେଶ କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ କହିଲେ କୃଷି ସଚିବ। ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦେଲେ ନିର୍ଦ୍ଦେଶ।

କାର୍ଯ୍ୟରେ ଖିଲାଫ ହେଲେ ସେପ୍ଟେମ୍ବର ମାସରୁ ଦରମା ବନ୍ଦ କରାଯିବ ବୋଲି କହିଛନ୍ତି ଅରବିନ୍ଦ ପାଢ଼ୀ। ବାହ୍ୟ ପ୍ରଭାବ ଆଣିବାର ପ୍ରୟାସ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ।

ନିର୍ଦ୍ଦେଶାଳୟ ଓ କ୍ଷେତ୍ର ପ୍ରତିଷ୍ଠାନ ମୁଖ୍ୟ ଆଦେଶ ଅନୁପାଳନ ଉପର ନଜର ରଖିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ। ଏପରିକି କାର୍ଯ୍ୟସ୍ଥଳରେ ଯୋଗଦାନ ନ ଦେଉଥିବା ମାମଲା ଗୁଡ଼ିକୁ ବିଭାଗରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତୃଣମୂଳ ସ୍ତରରେ କାର୍ଯ୍ୟାଳୟଗୁଡ଼ିକର ସୁଗମ କାର୍ଯ୍ୟ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି ।