fbpx
BSKY
BJD MC SKY
BJD YOUTH SKY

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମେ’ ୧୦ରେ ଭୋଟ୍

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ । ଏହା ସହ ଏପ୍ରିଲ ୨୧ରେ ଯାଞ୍ଚ ଓ ୨୪ ତାରିଖରେ ପ୍ରତ୍ୟାହାର କରାଯିବ । ମେ’ ୧୦ରେ ଭୋଟ୍ ଓ ୧୩ ତାରିଖରେ ଗଣତି ଆରମ୍ଭ ହେବ ।

ଏହି ଉପନିର୍ବାଚନ ପାଇଁ ବିଜେଡି ପୂର୍ବରୁ ଦିବଙ୍ଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରୁ ରେକର୍ଡ ହାରରେ ଜିତିବ ବୋଲି ଦଳ ଆଶା ରଖିଛି । ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠୁ ବିଜେଡିର ପ୍ରଚାର ଆରମ୍ଭ ହୋଇଗାଲାଣି । ଦୀପାଳିଙ୍କୁ ସମର୍ଥନ ପାଇଁ ମୈଇଦାନକୁ ଓହ୍ଲାଇଛନ୍ତି ବିଜେଡି ହେଭିୱେଟ୍ ନେତା ।

ସୂଚନା ଅନୁସାରେ, ଉପନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଏ ନେଇ ଦେବୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି । ସେହିପରି ଆସନ୍ତା ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ତେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି ସୁରେଶ ରାଉତରାୟ । ଅନ୍ୟପଟେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବିଧାୟକ ପ୍ରାର୍ଥୀ ଭାବେ ଟଙ୍କଧର ତ୍ରିପାଠୀଙ୍କ ନାଁ ଘୋଷଣା କରିଛି ବିଜେପି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ସୀକୃତି ପ୍ରଦାନ ପରେ ଟଙ୍କଧରଙ୍କ ନାଁ ଘୋଷଣା କରାଯାଇଛି ।

Get real time updates directly on you device, subscribe now.