ସିଲଭର ସିଟିର ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ମହାରଣା ଓରଫ୍‌‌ ମଙ୍ଗୁକୁ ପୋଲିସର ଏନକାଉଣ୍ଟର

News across the Earth, news close to your heart, Read Odisha Bhaskar English

ଓଡିଶା ଭାସ୍କର; ସିଲଭର ସିଟିର ଦୁର୍ଦ୍ଦାନ୍ତ ଅପରାଧୀ ମଙ୍ଗୁକୁ ଏନକାଉଣ୍ଟର। ନିକଟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କଟକ ଗୁଳି ମାଡ଼ ଓ ଲୁଟ ଘଟଣାରେ ସାମ୍ନାକୁ ଆସିଥିଲା ଏହି ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ମହାରଣା ଓରଫ୍‌‌ ମଙ୍ଗୁ। କନ୍ଦରପୁର ଥାନା ମତ୍ତଗଜପୁର ଲେବଲ୍‌‌ କ୍ରସିଂ ନିକଟରେ ହୋଇଥିବା ଗୁଳି ମାଡ଼ ଓ ଲୁଟ୍‌‌ ଘଟଣାର ତଦନ୍ତ ଚାଲିଥିବା ବେଳେ ଫେରାର୍‌‌ ହୋଇଥିଲା ମଙ୍ଗୁ। ତେବେ ସଦର ଥାନା ଅନ୍ତର୍ଗତ ଉତ୍ତମାପୁର ଅଞ୍ଚଳର ଏକ ଅନ୍ଧାରୁଆ ରାସ୍ତାରେ ମଙ୍ଗୁ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ପୁଲିସ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲା। ହେଲେ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ବାଧ୍ୟ ହୋଇ ମଙ୍ଗକୁ ଏନ୍‌‌କାଉଣ୍ଟର୍‌‌ କରିଛି ପୁଲିସ। ତା’ ବାମପଟ ଜଙ୍ଘରେ ଗୁଳି ବାଜିଥିବା ବେଳେ ତାକୁ ଏସ୍‌‌ସିବିରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗତ ୬ ତାରିଖରେ ମତ୍ତଗଜପୁର ହାଟସାହିର ବିକାଶ ପାତ୍ର ଅର୍ଡର ନେଇ ସୁନା, ରୁପା ଅଳଙ୍କାର ତିଆରି କରି ବିକ୍ରି କରିବା ପାଇଁ ନୂଆବଜାର ଅଭିମୁଖେ ଆସୁଥିଲେ। ହଠାତ୍‌‌ ମତ୍ତଗଜପୁର ଲେବଲ କ୍ରସିଂ ନିକଟରେ ଦୁଇଟି ବାଇକରେ ୪ ଯୁବକ ଆସି ତାଙ୍କୁ ଅଟକାଇଥିଲେ। ଏହାପରେ ସେମାନେ ଲୁଟ ଉଦ୍ୟମ କରିଥିବା ବେଳେ ସୁନା ବ୍ୟବସାୟୀ ବିକାଶ ପାତ୍ରଙ୍କୁ ଗୁଳି ମାଡ଼ କରିଥିଲେ। ହେଲେ ସୌଭାଗ୍ୟବଶତଃ ଏହି ଗୁଳି ମାଡ଼ରୁ ବିକାଶ ବଞ୍ଚି ଯାଇଥିଲେ । ସେ ଓଏମ୍‌ପି ଆଡ଼କୁ ଆସୁଥିବା ସମୟରେ ଏଭଳି ଅଘଟଣ ଘଟିଥିଲା । ଏହି ଘଟଣାରେ ଚାରି ଜଣ ଦୁର୍ବୃତ୍ତ ଚାରି ରାଉଣ୍ଡ ଗୁଳି ମାଡ଼ କରିଥିବା ଜଣାପଡିଥିଲା । ଦୁର୍ବୃତ୍ତମାନେ ତାଙ୍କ ଡିକି ଭାଙ୍ଗି ସେଥିରେ ଥିବା ୫ ଲକ୍ଷ ଟଙ୍କାର ଅଳଙ୍କାର ଓ ୨୫ ହଜାର ନଗଦ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାରେ ତପୁର ସହଯୋଗୀ କଟକ ସଦର ଭାଣପୁର ଅଞ୍ଚଳର ମଙ୍ଗୁର ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା ।

ସଦର ଥାନା ଅନ୍ତର୍ଗତ ଉତ୍ତମାପୁର ଅଞ୍ଚଳର ଏକ ଅନ୍ଧାରୁଆ ରାସ୍ତାରେ ମଙ୍ଗୁ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ପୁଲିସ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲା। ହେଲେ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ବାଧ୍ୟ ହୋଇ ମଙ୍ଗକୁ ଏନ୍‌‌କାଉଣ୍ଟର୍‌‌ କରିଛି ପୁଲିସ। ତା’ ବାମପଟ ଜଙ୍ଘରେ ଗୁଳି ବାଜିଥିବା ବେଳେ ତାକୁ ଏସ୍‌‌ସିବିରେ ଭର୍ତ୍ତି କରାଯାଇଛି।

 

 

Get real time updates directly on you device, subscribe now.