fbpx

ବାଙ୍କୀରେ ପଶିଲା ମହାନଦୀର ବନ୍ୟାଜଳ : ବାହ୍ୟ ଜଗତରୁ ବିଚ୍ଛିନ୍ନ ୪ ପଞ୍ଚାୟତ

ଓଡିଶା ଭାସ୍କର; ମହାନଦୀର ବନ୍ୟାଜଳ ବର୍ତ୍ତମାନ ବାଙ୍କୀରେ ପ୍ରବେଶ କରିଥିବା ଖବର ଆସି ପହଞ୍ଚିଛି। ନିକଟରେ ଲୋକେ ପ୍ରବଳ ବର୍ଷାର ସମ୍ମୁଖୀନ ହୋଇଥିବା ବେଳେ ଏବେ ପୁଣି ବନ୍ୟାରେ ପ୍ରଭାବିତ ହେବେ। ବନ୍ୟା ଜଳ ପ୍ରବେଶ ଫଳରେ ରତାଗଡ଼ ଜାତମୁଣ୍ଡିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାପଡିଛି। ଫଳରେ ବାଙ୍କୀର ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଏଥିରେ ରତାଗଡ଼, ବାଉଁଶପୁଟ, ବନ୍ଦାଳ ଓ ଓସ୍ତିଆ ଭଳି ପ୍ରମୁଖ ପଞ୍ଚାୟତ ରହିଛି।

ସୂଚନା ଥାଉକି, ମୁଣ୍ଡଳୀରେ ୬ ଲକ୍ଷ ୩୦ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ଉପରମୁଣ୍ଡ ହୀରାକୁଦରେ ଏବେ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୭.୮୭ ଫୁଟ୍ ରହିଛି ।

ଅନ୍ୟପଟେ ଆସନ୍ତା ୧୮ ତାରିଖରୁ ରାଜ୍ୟରେ ପୁଣି ବର୍ଷା ବଢିବ। ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଯୋଗୁଁ ୧୮ ଓ ୧୯ ତାରିଖ ପାଇଁ ବିଭିନ୍ନ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଗତକାଲି ଓଡ଼ିଶା ଉପରେ ରହିଥିବା ଲଘୁଚାପ ଓଡ଼ିଶାଠାରୁ ଦୂରରେ ରହି ବର୍ତ୍ତମାନ ମଧ୍ୟପ୍ରଦେଶ ଉପରେ ସକ୍ରିୟ ରହିଛି। ଏବେ ଏହା ସଦୃଶ ଲଘୁଚାପ ଅବସ୍ଥାରେ ଥିବା ଯୋଗୁଁ ମଧ୍ୟପ୍ରଦେଶ ଓ ପଡ଼ୋଶୀ ଛତିଶଗଡ଼ରେ ବର୍ଷା ହେଉଛି।

Get real time updates directly on you device, subscribe now.