fbpx

ଫ୍ରେଞ୍ଚ୍ ଓପନ୍ ୨୦୨୧: ନୋଭାକ୍‌ ଜୋକୋଭିକ୍ ଜିତିଲେ ୧୯ତମ ଗ୍ରାଣ୍ଡ ସ୍ଲାମ୍, ରଚିଲେ ଇତିହାସ

ନୂଆଦିଲ୍ଲୀ: ପୁଣି ବାଜି ମାରିନେଲେ ନୋଭାକ୍‌। ବିଶ୍ଵରେ ରଚିଲେ ଇତିହାସ। ୧୯ ଥର ପାଇଁ ସେ ଜିତିଲେ ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌। ଷ୍ଟେଫାନସ୍‌ ସିତ୍‌ସିପାସଙ୍କୁ ହରାଇ ନୋଭାକ୍‌ ଏହି ରେକର୍ଡ ହାସଲ କରିଛନ୍ତି। ୩୪ ବର୍ଷୀୟ ନୋଭାକ୍‌ ମାତ୍ର ଆଉ ଗୋଟିଏ ପାହାଚ ପରେ ବିଶ୍ଵର ତୃତୀୟ ବ୍ୟକ୍ତି ଭାବେ ବିରଳ ରେକର୍ଡଧାରୀ ହୋଇଯିବେ।

ରବିବାର ଫ୍ରେଞ୍ଚ୍‌ ଓପନ୍‌ର ଅନ୍ତିମ ପର୍ଯ୍ୟାୟ ରହିଥିଲା। ଏଥିରେ ପ୍ରଥମଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଥିବା ଗ୍ରୀସ୍‌ ଖେଳାଳି ସିତ୍‌ସିପାସଙ୍କୁ ୬-୭, ୨-୬, ୬-୩, ୬-୨, ୬-୪ ସେଟ୍‌ରେ ପରାସ୍ତ କରି ନିଜକୁ ପୁଣି ଚାମ୍ପିଅନ୍ ସାବ୍ୟସ୍ତ କରିଥିଲେ ନୋଭାକ୍‌। ତେବେ ଏହା ପୂର୍ବରୁ ରୋଜର୍‌ ଫେଡେର୍‌ ଓ ରାଫାଲ୍‌ ନାଡାଲ୍‌ ଯୁଗ୍ମ ଭାବେ ୨୦ ଥର ଫ୍ରେଞ୍ଚ୍‌ ଓପନ୍‌ ଚାମ୍ପିଅନ୍‌ ହୋଇଛନ୍ତି। ଯାହାକି ନୋଭାକ୍‌ ଆଉ ଗୋଟିଏ ଥର ପରେ ସେହି ସ୍ତରକୁ ପହଞ୍ଚି ପାରିବେ।

Get real time updates directly on you device, subscribe now.