fbpx

ଅଣ୍ଡରଟେକରଙ୍କୁ ହରାଇଥିଲେ ଅକ୍ଷୟ କୁମାର, ସେୟାର କଲେ ମଜାଦାର ପୋଷ୍ଟ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ତାଙ୍କ ଫିଲ୍ମକୁ ନେଇ ହେଉ କିମ୍ବା ଲୋକଙ୍କୁ ସାହାଯ୍ୟ କରିବାକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏହା ବ୍ୟତୀତ ଅକ୍ଷୟ କୁମାର ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଥା’ନ୍ତି । ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ର ‘ଖିଲାଡିଓଁ କା ଖିଲାଡି’ର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ମଜାଦାର ପୋଷ୍ଟ ସେୟାର କରିଛନ୍ତି। ଏହି ଚଳଚ୍ଚିତ୍ରରେ ସେ ପ୍ରସିଦ୍ଧ ରେସଲର ଅଣ୍ଡରଟେକରଙ୍କ ସହ ଲଢିଥିଲେ।

ଅକ୍ଷୟ କୁମାର ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଅଛି, ‘ଯିଏ ଅଣ୍ଡରଟେକରକୁ ପରାସ୍ତ କରିପାରିବ ସେ ହାତ ଉପରକୁ ଉଠାନ୍ତୁ । ଆଉ ଏହି ପୋଷ୍ଟରେ ବ୍ରକ୍ ଲେସନର୍, ଟ୍ରିପଲ୍ ଏଚ୍, ରୋମାନ୍ ରେଜିନ୍ସଙ୍କ ସହ ଅକ୍ଷୟ କୁମାରଙ୍କ ଫଟୋ ମଧ୍ୟ ଅଛନ୍ତି । ବାସ୍ତବରେ ଫିଲ୍ମ ‘ଖିଲାଡିଓଁ କା ଖିଲାଡି’ରେ ଅକ୍ଷୟ କୁମାର ଅଣ୍ଡରଟେକରଙ୍କୁ ପରାସ୍ତ କରିଥିଲେ। ଏହି ପୋଷ୍ଟକୁ ସେୟାର କରି ଅକ୍ଷୟ କୁମାର ଫ୍ୟାନମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ଦେଇଥିଲେ ।

ଏହି ପୋଷ୍ଟକୁ ସେୟାର କରି ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ଖିଲାଡିଓଁ କା ଖିଲାଡି’କୁ ୨୫ ବର୍ଷ ପୂରଣ ହୋଇଥିବା ନେଇ କହିଥିଲେ ଏବଂ ସେ ଏହା ସହ ଏକ ମଜାଦାର ତଥ୍ୟ ମଧ୍ୟ ଫ୍ୟାନମାନଙ୍କୁ ଜଣାଇଥିଲେ । ମଜାଳିଆ କଥା ହେଉଛି ଏହି ଚଳଚ୍ଚିତ୍ରରେ ଅଣ୍ଡରଟେକର ଭୂମିକା ରେସଲର ବ୍ରାଏନ୍ ଲି ଅଭିନୟ କରିଥିଲେ ।

ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସେ ‘ରକ୍ଷା ବନ୍ଧନ’, ‘ବଚ୍ଚନ ପାଣ୍ଡେ’, ‘ପୃଥ୍ୱୀରାଜ’ ଏବଂ ‘ରାମ ସେତୁ’ ଭଳି ଚଳଚ୍ଚିତ୍ରରେ ନଜର ଆସିବେ।

Get real time updates directly on you device, subscribe now.