fbpx

ଆତ୍ମଘୋଷିତ ଗୁରୁଙ୍କ ଯୌନ କେଳେଙ୍କାରୀ, ଜାଣନ୍ତୁ କାହାକୁ ଖୋଜୁଛି ପୋଲିସ୍‌  

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ପୁଣି ବାବା ବିବାଦ। ନିଜକୁ ଗୁରୁ ବୋଲାଇ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ଏପରିକି ୫୦୦ରୁ ଅଧିକ ଦୁଷ୍କର୍ମ ଘଟାଇଥିବା ସାଧାରଣରେ ଅଭିଯୋଗ ହେଉଛି। ସେହି ଆତ୍ମଘୋଷିତ ଗୁରୁ ହେଉଛନ୍ତି  ଶିବ ଶଙ୍କର ବାବା। ତାମିଲନାଡୁର ଚେନ୍ନାଇ ନିକଟ କେଲାମ୍ବାକ୍କାମ ଠାରେ ଥିବା ତଥାକଥିତ ବାବାଙ୍କ ଶିକ୍ଷାନୁଷ୍ଠାନର ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏହାପରେ ପୋଲିସ୍‌ ମାମଲା ରୁଜୁ କରିବା ସହ ତନାଘନା ଚଳାଇଛି।

ସୂଚନା ଅନୁସାରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସୁଶୀଲ ହରି ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ ସ୍କୁଲ। ସେଠାକାର ଅନେକ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ଶିବ ଶଙ୍କର ବାବା ସେମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି। ଏନେଇ ଛାତ୍ରୀମାନେ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି। ଏହାପରେ ଶିଶୁ କଲ୍ୟାଣ କମିଟି ପକ୍ଷରୁ ଶିବ ଶଙ୍କର ବାବାଙ୍କୁ ନୋଟିସ୍‌ କରାଯାଇଥିଲା। କିନ୍ତୁ ସେ ହାଜର ହୋଇନଥିଲେ। ଶିବ ଶଙ୍କର ବାବାଙ୍କ ପକ୍ଷରୁ ଆଳ ଦେଖାଇ ସେ ଛାତିରେ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ତାଙ୍କୁ ଡେରାଡୁନର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି କୁହାଯାଇଥିଲା।

ତେବେ ପୀଡ଼ିତାମାନଙ୍କ ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ମହିଳା ଥାନା ପକ୍ଷରୁ ଶିବ ଶଙ୍କର ବାବାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିବାବେଳେ ପୋକସୋ ଆକ୍ଟ ମଧ୍ୟ ଲାଗିଛି।

Another contravorsial Baba #OdishaBhaskar

 

Get real time updates directly on you device, subscribe now.