fbpx

AIIMSରେ ଏଣିକି ସବୁ ଟେଷ୍ଟ୍ ହେବ ମାଗଣା, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମସ୍) ପକ୍ଷରୁ ରୋଗୀଙ୍କ ଚିକିତ୍ସାକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି । ଏମସ୍ ଏବେଠାରୁ ୫୦୦ ଟଙ୍କାରୁ କମ୍ ଥିବା ସବୁପ୍ରକାର ମେଡିକାଲ ଟେଷ୍ଟ୍ ମାଗଣା କରିଦେଇଛି । ୫୦୦ ଟଙ୍କାରୁ କମ୍ ଟଙ୍କାର ସବୁ ଟେଷ୍ଟ ଏଣିକି ଏମ୍ସରେ ବିନା କୌଣସି ଦାମ୍ ରେ କରାଇପାରିବେ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଏନେଇ କରାଯାଇଥିବା ସୁପାରିଶକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ସୁପାରିଶ ପ୍ରାୟ ୪ ବର୍ଷ ପୂର୍ବରୁ ମନ୍ତ୍ରାଳୟକୁ କରାଯାଇଥିଲା ।

ସୂଚନା ଅନୁଯାୟୀ, ଏହି ନିଷ୍ପତ୍ତି ପରେ, ବର୍ତ୍ତମାନ ରକ୍ତ ପରୀକ୍ଷା ଠାରୁ ଏକ୍ସ-ରେ, ସିଟି ସ୍କାନ୍ ଇତ୍ୟାଦି ଅନ୍ୟ ସମସ୍ତ ପରୀକ୍ଷା ସୁବିଧା ଏମ୍ସରେ ମାଗଣାରେ ଉପଲବ୍ଧ ହେବ । ପ୍ରତିଦିନ ପ୍ରାୟ ୫୦ରୁ ୮୦ ହଜାର ଟେଷ୍ଟ୍ ୫୦୦ ଟଙ୍କାର କରାଯାଇଥାଏ । ହେଲେ ଏବେ ଏହି ଚାର୍ଜ ଆଉ ଦେବାକୁ ପଡ଼ିବ ନାହିଁ । ଏହି ଘୋଷଣା ପରେ ରୋଗୀଙ୍କୁ ଆଶ୍ୱସ୍ତି ମିଳିପାରିବ । ସେହିପରି ରୋଗୀଙ୍କ ଟେଷ୍ଟ ରିପୋର୍ଟ ସେହିଦିନ ହିଁ ଅନଲାଇନ୍ ରେ ରିପୋର୍ଟ ଦିଆଯିବ ।

 

Get real time updates directly on you device, subscribe now.