fbpx

ଏଣିକି ଘରକୁ ଘର ବୁଲି ଚାଲିବ କୋଭିଡ୍ ଟିକାକରଣ: ଭିନ୍ନକ୍ଷମ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଲୋକେ ହେବେ ଉପକୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ-୧୯ ଟିକାକରଣ ନେଇ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଣିକୁ ଘରକୁ ଘର ଯାଇ ଟିକା ପ୍ରଦାନ କରାଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ନିୟମ ଦ୍ୱାରା ଭିନ୍ନକ୍ଷମ ଓ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକମାନେ ଉପକୃତ ହୋଇପାରିବେ ।

ଏନେଇ ନିତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି ଯେ, ଜାରି ଏହି ମାର୍ଗଦର୍ଶିକାରେ ଭିନ୍ନକ୍ଷମ ଓ ଚଳପ୍ରଚଳ କରିପାରୁ ନଥିବା ଲୋକଙ୍କ ଭ୍ୟାକ୍ସିନେସନକୁ ଗୁରୁତ୍ୱାରୋପ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ଦୁଇ ତୃତୀୟାଂଶ ଲୋକଙ୍କ ଟିକାକରଣ ସରିଥିବା ବେଳେ ୧୮ ବର୍ଷରୁ ଅଧିକ ଆୟୁବର୍ଗରୁ ୬୬ ପ୍ରତିଶତ ଲୋକ ଟିକା ନେଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୨୩ ପ୍ରତିଶତ ଲୋକ କୋଭିଡର ଦୁଇଟି ଡୋଜ୍ ନେଇସାରିଛନ୍ତି । ୬ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସମସ୍ତ ୧୮ ବର୍ଷରୁ ଅଧିକ ବୟସ୍କ ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି । ଏହି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଲାକ୍ଷାଦୀପ, ଚଣ୍ଡିଗଡ଼, ଗୋଆ, ହିମାଚଳ ପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ସିକିମ ରହିଛନ୍ତି । ଅଧିକାଂଶ ରାଜ୍ୟରେ ଟିକାକରଣ ଅଭିଯାନ ସଫଳ ହୋଇଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.