fbpx

ଗ୍ରାଜୁଏସନ କରିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଆସିଲା ଏକ ଜରୁରୀ ଖବର,  UGC ଜାରି କଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ: ଗ୍ରାଜୁଏସନ କରିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଆସିଲା ଏକ ବଡ ଖବର । ୟୁଜିସି ଏବେ ଏମାନଙ୍କ ଲାଗି ନୂଆ ଗାଇଡଲାଇନ୍ ଜାରି କରିଛି । ଏହି ଗାଇଡଲାଇନ୍ ଅନୁସାରେ ଏବେ ଗ୍ରାଜୁଏସନ ଛାତ୍ରଛାତ୍ରୀ ଇଣ୍ଟର୍ନସିପ୍ କରିବା ଅନିବାର୍ଯ୍ୟ ହେବ । ୟୁଜିସିର ନୂଆ ଡ୍ରାଫ୍ଟ ଗାଇଡଲାଇନ୍ ଅନୁସାରେ ସ୍ନାତକ କୋର୍ସରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଅନିବାର୍ଯ୍ୟ ଭାବରେ ଇଣ୍ଟର୍ନସିପ୍ କରିବାକୁ ହେବ ଓ ସେମାନଙ୍କୁ ଏଥିଲାଗି କ୍ରେଡିଟ୍ ବି ମିଳିବ । ନ୍ୟାସନାଲ ଏଜୁକେସନ ପଲିସି (ଏନଇପି) ୨୦୨୦ ଅନୁରୂପ ଗ୍ରାଜୁଏଟ୍ ଛାତ୍ରଙ୍କୁ ଟ୍ରେନିଂ ଓ ରିସର୍ଚ୍ଚ ଟ୍ରେନିଂ ଲାଗି ଦିଶା ନିର୍ଦ୍ଦେଶ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର ଏ ବିଷୟରେ ସୂଚନା ଦେଇଛନ୍ତି ।

ନ୍ୟାସନାଲ ଏଜୁକେସନ ପଲିସି ଛାତ୍ରଛାତ୍ରୀଙ୍କୁ ପ୍ରାୟୋଗିକ ଶିକ୍ଷା କ୍ଷେତ୍ରରେ ସକ୍ରିୟ ଭାଗିଦାରୀର ଅବସର ପ୍ରଦାନ ଲାଗି ଗ୍ରାଜୁଏସନ କୋର୍ସରେ ରିସର୍ଚ୍ଚ ଓ ଟ୍ରେନିଂକୁ ସାମିଲ କରିବା ଉପରେ ଜୋର ଦେଉଛନ୍ତି । ଏବେ ଇଣ୍ଟର୍ନସିପ୍ ସମସ୍ତ ଗ୍ରାଜୁଏସନ କୋର୍ସରେ ଅନିବାର୍ଯ୍ୟ ନୁହେଁ । ଏହା ମାତ୍ର କେତେକ ଟେକନିକାଲ ଓ କମର୍ସିଆଲ କୋର୍ସରେ ସୀମିତ ।

ଜଗଦୀଶ କୁମାର କହିଛନ୍ତି, ୟୁଜି ଡିଗ୍ରୀ କୋର୍ସରେ ନାମ ଲେଖାଇଥିବା ଛାତ୍ରଙ୍କ ଲାଗି ୪ର୍ଥ ସେମିଷ୍ଟର ପରେ ୬୦ରୁ ୧୨୦ ଘଣ୍ଟାର ଟ୍ରେନିଂ ଅନିବାର୍ଯ୍ୟ ଅଟେ । ଏହା ବ୍ୟତିତ ସମସ୍ତ ୟୁନିଭରସିଟି ତଥା ଉଚ୍ଚଶିକ୍ଷା ସଂସ୍ଥାନ ସେମାନଙ୍କ ନିଜ ନିଜ ୱେବସାଇଟରେ ଫି’ ଷ୍ଟ୍ରକଚର, ଫି’ ରିଟର୍ଣ୍ଣ ସମ୍ବନ୍ଧିତ ପଲିସି, ହଷ୍ଟେଲ ସମ୍ବନ୍ଧିତ ସୁବିଧା, ସ୍କଲାରସିପ୍‌, ର‌୍ୟାଙ୍କିଂ ଆଦି ବିଷୟରେ ସମସ୍ତ ତଥ୍ୟ ଦେବା ଅନିବାର୍ଯ୍ୟ ବୋଲି ୟୁଜିସି କହିଛନ୍ତି ।

Get real time updates directly on you device, subscribe now.