CHARIDHAM

ଏଣିକି ଆତଙ୍କୀ କାର୍ଯ୍ୟ କଲେ ଯୁଦ୍ଧ ଘୋଷଣା, ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

କୌଣସି ପ୍ରକାର ଆତଙ୍କୀ କାର୍ଯ୍ୟ କଳାପ କଲେ ତାହା ଭାରତ ବିରୋଧରେ ଯୁଦ୍ଧ ବୋଲି ଧରିନିଆଯିବ। ଆଉ ସେହି ହିସାବରେ ଏବେ ପାକିସ୍ତାନକୁ ଜବାବ ଦେବ ଭାରତ।

ନୂଆଦିଲ୍ଲୀ: ଏବେ ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଛି ଉତ୍ତେଜନା। ହେଲେ ଏବେଯାଏଁ ଯୁଦ୍ଧ ଘୋଷଣା କରାଯାଇନାହିଁ। କିନ୍ତୁ ଏବେ ଆଉ ତ୍ରାହି ନାହିଁ। ଭାରତ ସରକାରଙ୍କ ତରଫରୁ ଆସିଲା ବଡ଼ ନିଷ୍ପତ୍ତି। ଏଣିକି ଆତଙ୍କୀ କାର୍ଯ୍ୟ କଲେ ଯୁଦ୍ଧ ଘୋଷଣା।

ହଁ ଯଦିଓ ଏବେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ପାକିସ୍ତାନ ଆଟାକ୍ ପରେ କାଉଣ୍ଟର ଆଟାକ୍ କରୁଛି ଭାରତ। ହେଲେ ପାକିସ୍ତାନର ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିନାହିଁ ଭାରତ। ହେଲେ ପାକିସ୍ତାନ ଭାରତର ସାଧାରଣ ଲୋକଙ୍କ ଉପରେ ଆଟାକ୍ କରୁଛି।

ଯାହା ଫଳରେ ଉପରେ ଉପରେ ହିଁ ପାକିସ୍ତାନର ଯୋଜନାକୁ ପଣ୍ଡ କରୁଛି ହେଲେ। ହେଲେ ଏହା ବୋହୁତ ହେଇଗଲା। ଏବେ ଭାରତର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ଆତଙ୍କୀ କାର୍ଯ୍ୟ କଲେ ଯୁଦ୍ଧ ଘୋଷଣା କରାଯିବ।

କୌଣସି ପ୍ରକାର ଆତଙ୍କୀ କାର୍ଯ୍ୟକୁ ଯୁଦ୍ଧ ବିବେଚନା କରାଯିବ। ଆତଙ୍କୀ କାର୍ଯ୍ୟକଳାପକୁ ଭାରତ ବିରୋଧରେ ଯୁଦ୍ଧ ବୋଲି ଧରାଯିବ। ଆଉ ଏହାର ଜବାବ ସେହି ଅନୁସାରେ ଦିଆଯିବ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।