ଏଣିକି ୧୨ କୋଟିର Mercedesରେ ବସିବେ ମୋଦୀ, ଗୁଳିମାଡ଼ କି ବିସ୍ଫୋରଣର ପଡ଼ିବନି କୌଣସି ପ୍ରଭାବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେଠାରୁ Mercedes-Maybach S650 ଗାଡ଼ିରେ ଯିବାଆସିବା କରିବେ । ନିକଟରେ ମୋଦୀଙ୍କୁ ନୂତନ ମେବ୍ୟାକ୍ ଏସ୬୫୦ ରେ ପ୍ରଥମ ଥର ହାଇଦ୍ରାବାଦ୍ ରେ ଦେଖିବାକୁ ମିଳିଥିଲା । ଯେତେବେଳେ ସେ ଋଷ ରାଷ୍ଟ୍ରପତି ପୁତିନ୍ ଙ୍କ ସହ ଭେଟିବାକୁ ଯାଇ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହସି ଗାଡ଼ିକୁ ନିକଟରେ ତାଙ୍କ କନଭେନରେ ଦେଖିବାକୁ ମିଳିଥିଲା ।

Mercedes-Maybach S650, Guard VR10 ଲେବଲ୍ ପ୍ରୋଟେକ୍ସନ୍ ସହିତ ଲାଟେଷ୍ଟ୍ ଫେସଲିଫ୍ଟେଡ୍ ମଡେଲ, ଯାହା ଅନ୍ୟ ପ୍ରୋଟେକ୍ସନ୍ କାର୍ ତୁଳନାରେ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ସୁରକ୍ଷା ଗଚ୍ଛିତ କାର୍ । ରିପୋର୍ଟ ଅନୁସାରେ, ମର୍ସିଡିଜ୍-ମେବ୍ୟାକ୍ କୁ ଗତବର୍ଷ ଭାରତରେ ଏସ୬୦୦ ଗାର୍ଡ କୁ ୧୦.୫ କୋଟିରେ ଲଞ୍ଚ୍ କରାଯାଇଥିଲା ଓ ଏସ୬୫୦ ର ଦାମ୍ ୧୨ କୋଟିରୁ ଅଧିକ ହୋଇପାରେ ।

Mercedes-Maybach S650, Guard ୬.୦-ଲିଟର୍ ଟର୍ବୋ ଭି୧୨ ଇଞ୍ଜିନ୍ ଦ୍ୱାରା ସଞ୍ଚାଳିତ ହୋଇଥାଏ । ଯାହା ୫୧୬ବିଏଚପି ଓ ପ୍ରାୟ ୯୦୦ଏନଏମ୍ ର ପିକ୍ ଟାର୍କ ସୃଷ୍ଟି କରିଥାଏ । ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୬୦ କିମି । ଏହି ଗାଡ଼ିର ଡୋର୍ ଓ ବଡ଼ି କଠିନ ଷ୍ଟିଲ୍ କୋର୍ ବୁଲେଟ୍ ର ସାମନାକୁ କରିବାକୁ ସକ୍ଷମ । ଏହାକୁ ବିସ୍ଫୋରଣ ପ୍ରୁଫ୍ ଗାଡ଼ିର ରେଟିଂ ମିଳିଛି । ଏହି ଗାଡ଼ିରେ ଯାଉଥିବା ବ୍ୟକ୍ତି ୨ ମିଟର୍ ଦୂରରେ ହେଉଥିବା ୧୫ କିଲୋ ସିଏନଟି ବିସ୍ଫୋରଣ ଠାରୁ ବି ସୁରକ୍ଷିତ । ଡୋର୍ ର ଇଣ୍ଟିରିୟର୍ ରେ ପଲି କାର୍ବୋନେଟ୍ ର ଲେୟର୍ ଦିଆଯାଇଛି ।

ସେହିପରି ଗାଡ଼ିର୍ ତଳ ଭାଗ ମଧ୍ୟ ବିସ୍ଫୋରଣରୁ ବଞ୍ଚାଇବା ପାଇଁ ଯଥେଷ୍ଟ ସକ୍ଷମ । ଖାଲି ସେତିକି ନୁହେଁ Mercedes-Maybach S650, Guard ର ଇନ୍ଧନ ଟ୍ୟାଙ୍କ୍ କୁ ଏକ ବିଶେଷ ସାମଗ୍ରୀ ଦ୍ୱାରା କୋଟିଂ କରାଯାଇଛି ଯାହା ହିଟ୍ କାରଣରୁ ହେଉଥିବା ଛିଦ୍ରକୁ ନିଜ ଭିତରେ ସିଲ୍ କରିଦେଇପାରିବ । ଏହି ଗାଡ଼ି ସ୍ୱତନ୍ତ୍ର ରନ୍-ଫ୍ଲାଟ୍ ଟାୟାର୍ ରେ ଚାଲେ ।