fbpx

TVରେ ଚ୍ୟାନେଲ ଦେଖିବା ହୋଇଯିବ ୫୦ ପ୍ରତିଶତ ମହଙ୍ଗା: ନୂଆ ଟାରିଫ୍ ଅର୍ଡର ଲାଗୁ କଲା TRAI, ଜାଣନ୍ତୁ କେବେ ହେବ ଲାଗୁ

ନୂଆଦିଲ୍ଲୀ: ଯଦି ଆପଣଙ୍କର ଟିଭି ଦେଖିବାର ଅଭ୍ୟାସ ରହିଛି, ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ଆସିଛି । ଆସନ୍ତା ଡିସେମ୍ବର ମାସ ୧ ତାରିଖଠାରୁ ଟିଭି ଚ୍ୟାନେଲର ବିଲ ବୃଦ୍ଧି ପାଇବ । ଜୀ, ଷ୍ଟାର ଓ ସୋନୀ ପରି ଦେଶର ପ୍ରମୁଖ ବ୍ରଡକାଷ୍ଟିଂ ନେଟୱର୍କଗୁଡ଼ିକ ନିଜ ନିଜର ଚ୍ୟାନେଲର ଦର ୫୦ ପ୍ରତିଶତ ବଢ଼ାଇ ପାରନ୍ତି । ଟେଲିକମ ରେଗୁଲେଟରୀ ଅର୍ଥରୀଟି ଅଫ୍ ଇଣ୍ଡିଆ (ଟ୍ରାଇ) ନୂଆ ଟାରିଫ ଅର୍ଡର ଲାଗୁ କରିବା କାରଣରୁ ଏହି ମୂଲ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୭ ମସିହା ମାର୍ଚ୍ଚରେ ଟ୍ରାଇ ତରଫରୁ ଟିଭି ଚ୍ୟାନେଲର ଦରକୁ ନେଇ ନ୍ୟୁ ଟାରିଫ ଅର୍ଡର (ଏନଟିଓ) ଜାରି କରାଯାଇଥିଲା । ପରବର୍ତ୍ତୀ ସମୟରେ ୨୦୨୦ ମସିହା ଜାନୁଆରୀ ମାସ ୧ରେ ଏନଟିଓ ୨.୦ ଜାରି ହୋଇଥିଲା । ଏହାଫଳରେ ସମସ୍ତ ନେଟୱର୍କ ଏନଟିଓ ୨.୦ ଅନୁଯାୟୀ ନିଜ ନିଜ ଚ୍ୟାନେଲର ଦର ବୃଦ୍ଧି କରିଛନ୍ତି । ଏଣିକି ଷ୍ଟାର ପ୍ଲସ, କଲର୍ସ, ଜୀ ଟିଭି, ସୋନୀ ସହିତ କିଛି ଆଞ୍ଚଳିକ ଚ୍ୟାନେଲକୁ ଦେଖିବା ପାଇଁ ଦର୍ଶକଙ୍କୁ ୩୫ରୁ ୫୦ ପ୍ରତିଶତ ଅଧିକ ମୂଲ୍ୟ ଦେବାକୁ ପଡ଼ିବ । ତେବେ ନୂଆ ଦର ଅନୁଯାୟୀ, ଦର୍ଶକଙ୍କୁ ସୋନୀ ଚ୍ୟାନେଲ ଦେଖିବା ପାଇଁ ପ୍ରତି ମାସରେ ୩୯ ଟଙ୍କା ବଦଳରେ ୭୧ ଟଙ୍କା, ଜି ଦେଖିବା ପାଇଁ ୩୯ ଟଙ୍କା ବଦଳରେ ୪୯ ଟଙ୍କା, ଭିଓକମ୧୮ ପାଇଁ ୨୫ ଟଙ୍କା ବଦଳରେ ୩୯ ଟଙ୍କା ଦେବାକୁ ପଡ଼ିବ ।

Get real time updates directly on you device, subscribe now.