fbpx

ମାର୍କ ବଢ଼ାଇବାକୁ ସ୍କୁଲରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ, ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ବଲାଙ୍ଗିର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ସ୍କୁଲରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ହୋଇଛି । ଝିଅମାନଙ୍କ ମାର୍କ ବଢ଼ାଇବାକୁ ଦେହ ବ୍ୟବସାୟ କରାଯାଉଥିଲା । ଏନେଇ ମମିତା ମେହେରଙ୍କ ବାପାଙ୍କ ସୂଚନା ଆଧାରରେ ଅଭିଯୋଗ ହୋଇଛି । ସ୍କୁଲରେ ଦେହ ବ୍ୟବସାୟକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି ।

ମମିତା ନିଖୋଜ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଣିଛି କଂଗ୍ରେସ । ମନ୍ତ୍ରୀ ସାଲୁଜା କହିଛନ୍ତି ଯେ, ‘ଦିବ୍ୟଶଙ୍କର ମହାଲିଙ୍ଗ ସ୍କୁଲକୁ ବାରମ୍ବାର ଆସି ରାତି ବିତାଉଥିଲେ । ମହାଲିଙ୍ଗବାସୀ ମଧ୍ୟ ମନ୍ତ୍ରୀ ରାତି ବିତାଉଥିବା କହିଛନ୍ତି । ମନ୍ତ୍ରୀଙ୍କ ଚାପରେ ପୋଲିସ ଗୋବିନ୍ଦକୁ ଛାଡିଛି । ଗୋବିନ୍ଦକୁ କାହିଁକି କୋର୍ଟଚାଲାଣ କରାଗଲାନି । ସନସାଇନ ସ୍କୁଲ ଭିତରେ ସେକ୍ସ ସ୍କାଣ୍ଡାଲ ଚାଲିଥିଲା । ମାର୍କ ବଢ଼ାଇବାକୁ ଯୌନ ଶୋଷଣ କରାଯାଉଥିଲା । ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।’ ଏହି ଘଟଣାରେ ସିବିଆଇ ତଦନ୍ତ ସହ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହନ୍ତକ୍ଷେପ କରି ଦିବ୍ୟଶଙ୍କରଙ୍କୁ ବରଖାସ୍ତ କରନ୍ତୁ ବୋଲି ସାଲୁଜା କହିଛନ୍ତି ।

Get real time updates directly on you device, subscribe now.