fbpx

ବଢ଼ିଗଲା ପୁରସ୍କାର ରାଶି, ଏଣିକି ଗୋବିନ୍ଦଙ୍କୁ ଧରାଇଲେ ମିଳିବ ଲକ୍ଷେ

ବଲାଙ୍ଗିର(ଓଡ଼ିଶା ଭାସ୍କର): ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାମଲାରେ ଗୋବିନ୍ଦ ସାହୁଙ୍କୁ ଧରାଇବା ଲାଗି ପୁରସ୍କାର ରାଶିକୁ ବଢ଼ାଇ ଦିଆଯାଇଛି । ଘୋଷିତ ହୋଇଥିବା ପୁରସ୍କାର ରାଶି ୨୦ ହଜାରରୁ ଲକ୍ଷେକୁ ବଢ଼ିଛି । ବର୍ଦ୍ଧିତ ପୁରସ୍କାର ରାଶି ଘୋଷଣା କରିଛି ବଲାଙ୍ଗିର ଜିଲ୍ଲା ପୋଲିସ ।

ତେବେ କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସ ବାରାକରୁ ସ୍କୁଲ ସଭାପତି ଚମ୍ପଟ ମାରିବା ଘଟଣାକୁ ନେଇ ତେଜିଛି ରାଜନୀତି । ଏହାରି ମଧ୍ୟରେ ଫେରାର ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କୁ ଧରିବାକୁ ତନାଘନା ଜାରି ରହିଛି । ମୋଷ୍ଟ ୱାଣ୍ଟେଡ୍ ଦର୍ଶାଇ ଗୋବିନ୍ଦର ଫଟୋ ଜାରି କରିଛି ପୋଲିସ । ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବା ସହ ଗୋବିନ୍ଦଙ୍କ ବାବଦରେ ସୂଚନା ଦେଲେ ଲକ୍ଷେ ଟଙ୍କା ଦିଆଯିବ ବୋଲି ଘୋଷଣା ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ୮ ତାରିଖ ଶିକ୍ଷୟିତ୍ରୀ ସ୍କୁଲ ଯିବା ବେଳେ ଚନ୍ଦତରା ଛକ ନିକଟରୁ ନିଖୋଜ ହୋଇଥିଲେ । ୧୨ ତାରିଖରେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ବଲାଙ୍ଗିର ପୋଲିସ କଳାହାଣ୍ଡିର ଆସି ସେଠାକାର ପୋଲିସ ସହିତ କଥାବାର୍ତ୍ତା ହେବା ପରେ ସ୍କୁଲ ମାଲିକ ଗୋବିନ୍ଦ ସାହୁକୁ ଉଠାଇ ନେଇଥିଲା । ମହାଲିଙ୍ଗରେ ଛାନଭିନ୍ ପରେ ତାଙ୍କ ଗାଡ଼ି ମଧ୍ୟ ଜବତ ହୋଇଥିଲା । । ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ । କିନ୍ତୁ ଟିଟିଲାଗଡ଼ ଥାନା ପୋଲିସ ବ୍ୟାରେକରୁ ସେ ଚମ୍ପଟ ମାରିଥିଲେ ।

Get real time updates directly on you device, subscribe now.