fbpx

ମମିତା ମେହେର ନିଖୋଜ ମାମଲା: ଗୃହମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼

ଭୁବନେଶ୍ୱରରେ: ମମିତା ମେହେର ନିଖୋଜ ମାମଲାରେ ତାତିଲା ଛାତ୍ର କଂଗ୍ରେସ । ମଙ୍ଗଳବାର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ । ତେବେ ଘଟଣାସ୍ଥଳରୁ କଂଗ୍ରେସ କର୍ମୀଙ୍କୁ ଉଠାଇନେଇଲା ପୋଲିସ୍ ।

ସୂଚନାଯୋଗ୍ୟ ଯେ, ମହାଲିଙ୍ଗରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତ ୧୨ ଦିନ ତଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ସ୍କୁଲ ମାଲିକ ଗୋବିନ୍ଦ ସାହୁ ମମିତାଙ୍କୁ ସ୍କୁଲକୁ ଡାକିଥିବାବେଳେ । କିନ୍ତୁ ସେ ସ୍କୁଲ ଯିବା ବାଟରେ ହିଁ ନିଖୋଜ ହୋଇଯାଇଥିଲେ । ଏହାପରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଏହି ଘଟଣାରେ ଉଠାଇ ଆଣିଥିଲେ ମଧ୍ୟ ପୋଲିସ ହେପାଜତରୁ ଫେରାର୍ ହୋଇଯାଇଛନ୍ତି ଗୋବିନ୍ଦ ।

Get real time updates directly on you device, subscribe now.