fbpx
BJD
BJD SKY
BJD SKY

ଏବେ ରୋଗୀ ଭଲ କରିବେ ରୋଗ, ଜାଣନ୍ତୁ କେଉଁମାନେ ଦେଇପାରିବେ ପ୍ଲାଜମା

BJD

ଭୁବନେଶ୍ୱର, ୧୫ା୭(ଓଡ଼ିଶା ଭାସ୍କର): ଏଣିକି ରୋଗୀ ଭଲ କରିବେ ରୋଗ । ଗୁରୁତର କରୋନା ଆକ୍ରାନ୍ତଙ୍କୁ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ଦିଆଯିବ । ସୁସ୍ଥ ବ୍ୟକ୍ତିଙ୍କ ଠାରେ କରୋନା ମୁକାବିଲା ନେଇ ଏକ ଆଣ୍ଟିବଡ଼ି ବିକଶିତ ହୋଇଥାଏ । ଏହା କରୋନାରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ରୋଗୀଙ୍କୁ ସୁସ୍ଥ କରିବାରେ ସହାୟକ ହେବ ବୋଲି କୁହାଯାଉଛି । ଦିଲ୍ଲୀ ଓ ମହାରଷ୍ଟ୍ର ପରେ ଆଜି ଦେଶର ତୃତୀୟ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି । କେବଳ ଯୋଗ୍ୟ ବ୍ୟକ୍ତିମାନେ ନିଜର ପ୍ଲାଜମା ଦାନ କରିପାରିବେ । ହେଲେ କେଉଁମାନେ ପ୍ଲାଜମା ଦେଇପାରିବେ ଓ କେଉଁମାନେ ଦେଇପାରିବେ ନାହିଁ ଆସନ୍ତୁ ଜାଣିବା ।
-କୋଭିଡ଼ ହସ୍ପିଟାଲରେ ଯେଉଁ ଆକ୍ରାନ୍ତ ଚିକିତ୍ସା ହେବା ପରେ ସୁସ୍ଥ ହୋଇଥିବେ ସେମାନେ ତାଙ୍କର ପ୍ଲାଜମା ଦେଇପାରିବେ ।
– ସୁସ୍ଥ ହେବାର ୪ସପ୍ତାହ ପରେ ପ୍ଲାଜମା ଦେଇପାରିବେ
-କେବଳ ସୁସ୍ଥ ବ୍ୟକ୍ତି , ଯାହାଙ୍କ ଆଣ୍ଟି ବଡ଼ି ସ୍ତର ଭଲ ଭାବେ ବିକଶିତ ହୋଇଥିବ ସେମାନେ ଦେଇପାରିବେ ।
-ଗର୍ଭବତୀ, ପ୍ରସୂତିମାନେ ପ୍ଲାଜମା ଦେଇପାରିବେ ନାହିଁ ।
-ବୟସ୍କ ଲୋକଙ୍କଠାରୁ ପ୍ଲାଜମା ନିଆଯାଇପାରିବ ନାହିଁ ।
-ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଠାରୁ ପ୍ଲାଜମା ନିଆଯିବ ନାହିଁ ।
ତେବେ ଆଜି ରାଜ୍ୟର ୩ଟି ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱରର ସମ୍, କିମ୍ସ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି । କଟକର ଏସସିବି ପ୍ଲାଜମା ଥେରାପିର ନୋଡ଼ାଲ ସେଣ୍ଟର ଭାବେ କାମ କରିବ ।

Get real time updates directly on you device, subscribe now.