fbpx

ଏଣିକି ବିଦେଶରୁ ହୋଇପାରିବ UPI ପେମେଣ୍ଟ୍, ଏହି ବ୍ୟାଙ୍କ ଆରମ୍ଭ କଲା ପ୍ରଥମ ସେବା

ନୂଆଦିଲ୍ଲୀ: ଡିଜିଟାଲ୍ ନେଣଦେଣ ବଜାରରେ ୟୁପିଆଇ ହେଉଛି ଖୁବ୍ ଲୋକପ୍ରିୟ ପେମେଣ୍ଟ ମୋଡ୍ । ଏବେସୁଦ୍ଧା ୟୁପିଆଇ ଦ୍ୱାରା କେବଳ ଭାରତରେ ହିଁ ପେମେଣ୍ଟ କରିବାର ସୁବିଧା ମିଳୁଛି । ହେଲେ ଏବେଠାରୁ ବିଦେଶୀଙ୍କୁ ମଧ୍ୟ ଆପଣ ମାନେ କରିପାରିବେ ୟୁପିଆଇ ପେମେଣ୍ଟ୍ । ଏବେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଇଣ୍ଡସଇଣ୍ଡ ବ୍ୟାଙ୍କ୍ ।

ବିଦେଶରରେ ଚାକିରୀ କରୁଥିବା ଲୋକମାନେ ନିଜ ଘରକୁ କିପରି ସହଜରେ ଟଙ୍କା ପଠାଇପାରିବେ ତାକୁ ଆଖି ଆଗରେ ରଖି ଇଣ୍ଡସଇଣ୍ଡ ବ୍ୟାଙ୍କ୍ ଏହି ସୁବିଧା ଆରମ୍ଭ କରିଛି । ଏହି ବ୍ୟାଙ୍କ ଏବେ କ୍ରସ୍-ବୋର୍ଡର୍ ୟୁପିଆଇ ଆଇଡି ପେମେଣ୍ଟ ସର୍ଭିସ୍ ଆରମ୍ଭ କରିଛି । ଏଥିପାଇଁ ବ୍ୟାଙ୍କ୍ ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ(ଏନପିସିଆଇ) ସହିତ ହାତ ମିଶାଇଛନ୍ତି ।

ଏହା ଅଧୀନରେ ବ୍ୟାଙ୍କ ଏହାର ମନି ଟ୍ରାନ୍ସଫର ଅପରେଟର୍ସ ଅଂଶୀଦାରମାନଙ୍କୁ ୟୁପିଆଇ ଆଇଡି ମାଧ୍ୟମରେ ବିଦେଶରୁ ଟଙ୍କା ମାଗିବାର ସୁବିଧା ଦେବ । ଏହିପରି ଭାବରେ, ୟୁପିଏସ୍ ମାଧ୍ୟମରେ ବିଦେଶରୁ ଦେୟର ସୁବିଧା ପ୍ରଦାନ କରୁଥିବା ଇଣ୍ଡସଇଣ୍ଡ ବ୍ୟାଙ୍କ୍ ଦେଶର ପ୍ରଥମ ବ୍ୟାଙ୍କ ହୋଇପାରିଛି ।

ତେବେ ଏହି ସୁବିଧା ପ୍ରଥମେ ଥାଇଲାଣ୍ଡରେ ଆରମ୍ଭ କରାଯାଇଛି । ଥାଇଲାଣ୍ଡର ଟଙ୍କା ଟ୍ରାନ୍ସଫର୍ କମ୍ପାନୀ DeeMoney ୟୁପିଆଇ ଦ୍ୱାରା ପେମେଣ୍ଟ ସେବା ଦେବା ପାଇଁ ଇଣ୍ଡସଇଣ୍ଡ ଚ୍ୟାନେଲର ଉପଯୋଗ କରି ଏନପିସିଆଇ ସହ କନେକ୍ସ କରିବ । ଏହା ପରେ ଯେଉଁ ୟୁପିଆଇ ଆଇଡିରୁ ଟଙ୍କା ଟ୍ରାନ୍ସଫର୍ କରିବାକୁ ଥିବ, ସିଧା ତାହାର ଖାତାକୁ ଟଙ୍କା ଟ୍ରାନ୍ସଫର୍ ହୋଇଯିବ ।

Get real time updates directly on you device, subscribe now.