fbpx

Whatsappରେ ପଠାଇଥିବା ମେସେଜକୁ କରିପାରିବେ ଏଡିଟ! କମ୍ପାନୀ ଆଣୁଛି ଜବରଦସ୍ତ ଫିଚର

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ହ୍ୱାଟ୍ସଆପ ଆଣୁଛି ଆଉ ଏକ ଦମଦାର ଫିଚର । ୟୁଜର୍ସମାନଙ୍କ ସୁବିଧା ଏବଂ ବ୍ୟବହାର ପାଇଁ ନୂଆ ନୂଆ ଫିଚର ଉପରେ କାମ କରୁଛି ହ୍ୱାଟ୍ସଆପ୍ । ଏବେ ଏକ ଜବରଦସ୍ତ ଫିଚର ଉପରେ କମ୍ପାନୀ କାମ କରୁଥିବା ନେଇ ଜଣାଯାଇଛି । ଏହି ଫିଚର ଦ୍ୱାରା ୟୁଜର ପଠାଇ ସାରିଥିବା ମେସେଜକୁ ମଧ୍ୟ ଏଡିଟ କରିପାରିବେ ବୋଲି କୁହାଯାଇଛି । ତେବେ ଏହି ଫିଚର ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ । କିନ୍ତୁ ଏହା ଉପରେ କାମ କରିବା ଆରମ୍ଭ କରି ଦେଇଛି କମ୍ପାନୀ ।

WABetaInfoର ଲାଟେଷ୍ଟ ରିପୋର୍ଟ ଅନୁସାରେ, ଖୁବଶୀଘ୍ର ହ୍ୱାଟ୍ସଆପରେ ଏକ ନୂଆ ଫିଚର ଆସିବାକୁ ଯାଉଛି । ଏହି ଫିଚରଦ୍ୱାରା ୟୁଜରମାନେ ପଠାଇ ସାରିଥିବା ମେସେଜକୁ ମଧ୍ୟ ଏଡିଟ କରିପାରିବେ । ଠିକ ଯେମିତି ଟ୍ୱିଟରରେ କରାଯାଇ ପାରୁଛି । ସ୍କ୍ରିନସଟ ଜରିଆରେ ଏହି ଫିଚରର ସୂଚନା ଦେଇଛି WABetaInfo । ତେବେ ଏ ନେଇ ଅଧିକ ତଥ୍ୟ ସାମନାକୁ ନ ଆସିଥିଲେ ବି ଏହା ଟ୍ୱିଟରର ଏଡିଟନ ପରି କାମ କରିବ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ହ୍ୱାଟ୍ସଆପର ଏଡିଟ ଫିଚର ଏଣିକି ଟ୍ୱିଟରର ଏଡିଯ ଫିଚର ଭଳି କାମ କରିବ । ତେବେ ଏଡିଟ ହେବା ପରେ ପୂର୍ବରୁ କ’ଣ ଲେଖା ଥିଲା ତାହା ଜଣାପଡିବ ନାହିଁ । କିନ୍ତୁ କିଛି ଏଡିଟ ହୋଇଛି ବୋଲି ଜାଣିପାରିବେ ସାଥୀ ୟୁଜର । ମେସେଜ ନିକଟରେ ଏଡିଟ ହୋଇଥିବାର ଏକ ସଂକେତ ରହିବ । ତେବେ ଏହି ଫିଚର ଉପରେ ଏବେ ଟେଷ୍ଟିଂ ଜାରି ରହିତିବା ବେଳେ ଖୁବଶୀଘ୍ର ୟୁଜରଙ୍କ ପାଇଁ ଏହା ଉପଲବ୍ଧ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.