fbpx

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ ଶଶି ଥରୁର ! ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତକାର ପରେ ବଢ଼ିଲା ସସପେନ୍ସ…

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର ସୋମବାର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତକାର କରିଛନ୍ତି । ଏହି ସାକ୍ଷାତକାର ସମୟରେ ସେ ଅଧ୍ୟକ୍ଷ ପଦ ନିର୍ବାଚନ ନେଇ ପ୍ରଶ୍ନ ପଚାରିଥିଲେ । ଜାଣିବାକୁ ପ୍ରୟାସ କରିଥିଲେ ଯେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ସେ ଲଢ଼ିପାରିବେ କି? ଏବେ ଖବର ଆସୁଛି ଯେ ସୋନିଆ ଗାନ୍ଧୀ ଏହାକୁ ନେଇ କହିଛନ୍ତି ଯେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବା ନଲଢ଼ିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତିି ।

ସୋନିଆ ଗାନ୍ଧୀଙ୍କ ସହ ଏହି କଥାବାର୍ତ୍ତା ସ୍ପଷ୍ଟ କରିଛି ଯେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବା ପାଇଁ ସମସ୍ତେ ସ୍ୱତନ୍ତ୍ର । ଗାନ୍ଧୀ ପରିବାର ତରଫରୁ ଏନେଇ କୌଣସି ଅଫିସିଆଲ ଭାବରେ କେହି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ । କିନ୍ତୁ ଏହି କଥାବାର୍ତ୍ତା ପରେ କଂଗ୍ରେସ ସୂତ୍ରରୁ କୁହାଯାଉଛି ଯେ ଶଶି ଥରୁୁର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିପାରିବେ ।

ଏହା ପୂର୍ବରୁ ମଧ୍ୟ ଶଶି ଥରୁରଙ୍କ ଏକ ବୟାନକୁ ନେଇ କଳ୍ପନା ମଧ୍ୟ କରାଯାଉଥିଲା । ପ୍ରକୃତରେ ନିକଟ ଅତୀତରେ ଶଶି ଥରୁର ଏକ ଲେଖାରେ କହିଥିଲେ ଯେ ଅଧ୍ୟକ୍ଷ ପଦରେ ନିର୍ବାଚନ ପାଇଁ ଯେତେ ଅଧିକ ଆଶାୟୀ ରହିବେ ସେତେ ଭଲ ହେବ । ଏହାପରେ ମଧ୍ୟ ସେ ନିଜର ଅଧ୍ୟକ୍ଷ ପଦ ଆଶୟୀ ନେଇ ଗଣମାଧ୍ୟମରେ କହିଥିଲେ ।

ଆଉ ଏବେ ଏସବୁ କଳ୍ପନା ମଧ୍ୟରେ ସୋମବାର ଶଶି ଥରୁର ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତକାର କରି ଏବଂ ନିଜ ଇଚ୍ଛା ଜାହିର କରିଛନ୍ତି । ଆଉ ତାଙ୍କ ଇଚ୍ଛା ଉପରେ ସୋନିଆ ଗାନ୍ଧୀ ମଧ୍ୟ ମୋହର ଲଗାଇଛନ୍ତି ଆଉ ଏବେ ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇପାରିବେ । ଏପର୍ଯ୍ୟନ୍ତ ଶଶି ଥରୁର ଏହାକୁ ନେଇ କୌଣସି ଔପଚାରିକ ଘୋଷଣା କରିନାହାଁନ୍ତି, କିନ୍ତୁ କୁହାଯାଉଛି ଯେ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତକାରରୁ ଏହା ସ୍ପଷ୍ଟ ହୋଇଛି । ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ ମଧ୍ୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି ।

Get real time updates directly on you device, subscribe now.