fbpx

ଭାଗ୍ୟବାନ୍ ବ୍ୟକ୍ତିଙ୍କୁ ମିଳିଥାନ୍ତି ଏଭଳି ପତ୍ନୀ: ଜୀବନସାଥୀଙ୍କ ଏହି ୪ ଗୁଣ ବଦଳାଇଦିଏ ସ୍ୱାମୀଙ୍କ ଜୀବନ

ଆଚାର୍ଯ୍ୟ ଚାଣକ୍ୟ ଦୁନିଆର ମହାନତମ ବିଦ୍ୱାନଙ୍କ ମଧ୍ୟରେ ଜଣେ । ତାଙ୍କର ନୀତି ଆଜିର ସମୟରେ ମଧ୍ୟ ଉପାଦେୟ ହୋଇଥାଏ । ଚାଣକ୍ୟ ନୀତିରେ ସ୍ତ୍ରୀ-ପୁରୁଷଙ୍କ ବିଷୟରେ ବିସ୍ତାରରେ କୁହାଯାଇଛି । ବୈବାହିକ ଜୀବନ ହେଉ କିମ୍ବା ସ୍ତ୍ରୀ-ପୁରୁଷ ସମ୍ବନ୍ଧକୁ ନେଇ ଅନେକ ଏଭଳି କଥା କହିଛନ୍ତି, ଯାହାକୁ ଆପଣାଇ ମନୁଷ୍ୟ ସୁଖମୟ ଜୀବନ ବିତାଇପାରିବ । ଆଜି ଚାଣକ୍ୟ ନୀତିରେ ପତ୍ନୀଙ୍କ ସେହି ଗୁଣ ବିଷୟରେ ଜାଣିବା ।  ଯାହାଙ୍କୁ ଏଭଳି ପତ୍ନୀ ମିଳିଥାନ୍ତି ସେ ବହୁତ୍ ଭାଗ୍ୟବାନ୍ ହୋଇଥାନ୍ତି ।

ଧୈର୍ଯ୍ୟ: ବିପଦ ସମୟରେ ସ୍ତ୍ରୀ ଧୈର୍ଯ୍ୟର ସହ ଅସୁବିଧାର ସାମ୍ନା କରିଥନ୍ତି, ଏଭଳି ସ୍ତ୍ରୀଙ୍କ ପତି ବେଶ୍ ଭାଗ୍ୟଶାଳୀ କୁହାଯା’ନ୍ତି । ଧୈର୍ଯ୍ୟ ସୁଖୀ ଜୀବନର ସବୁଠୁ ବଡ଼ ଆଧାର ହୋଇଥାଏ । ଏହି କାରଣରୁ ବଡ଼ରୁ ବଡ଼ ମୁସ୍କିଲ ସହଜରେ ପାର୍ ହୋଇଯାଏ ।

ଧର୍ମର ରାସ୍ତା: ଚାଣକ୍ୟ ନୀତି ଅନୂଯାୟୀ ଯେଉଁ ସ୍ତ୍ରୀ ଧର୍ମ ରାସ୍ତାରେ ଚାଲୁଥାନ୍ତି ତାଙ୍କ ସ୍ୱାମୀଙ୍କ ଜୀବନ ସୁଖମୟ ହୋଇଥାଏ । ଭଗବାନଙ୍କ ଉପରେ ବିଶ୍ୱାସ ରଖୁଥିବା ସ୍ତ୍ରୀଙ୍କ ଘରେ ଭଗବାନ ବାସ କରିଥାନ୍ତି । ଘରେ ସବୁବେଳେ ଖୁସି ପରିବେଶ ରହିଥାଏ ଏବଂ ଅସୁବିଧା ଦୂରରେ ରହିଥାଏ ।

ଶାନ୍ତ ସ୍ୱଭାବ: ଯେଉଁ ସ୍ତ୍ରୀ ଉଗ୍ର ସ୍ୱଭାବର ନହୋଇ ଶାନ୍ତ ଏବଂ ସୌମ୍ୟ ସ୍ୱଭାବର ହୋଇଥାନ୍ତି । ଏଭଳି ସ୍ତ୍ରୀଙ୍କ ଘରେ କେବେ କଳହ ଲାଗିନଥାଏ । କ୍ରୋଧ କରୁଥିବା ସ୍ତ୍ରୀଙ୍କୁ ପସ୍ତେଇବାକୁ ପଡ଼େ । ଏହାଦ୍ୱାରା ଘର ଭାଙ୍ଗିଥାଏ ।

ସନ୍ତୁଷ୍ଟିର ଭାବନା: ଯେଉଁ ସ୍ତ୍ରୀଙ୍କ ଠାରେ ସନ୍ତୋଷ ଭାବନା ହୋଇଥାଏ କିମ୍ବା ଯେଉଁମାନେ ଅଳ୍ପରେ ମଧ୍ୟ ସନ୍ତୁଷ୍ଟ ରହିଥାନ୍ତି । ଯେଉଁ ସ୍ତ୍ରୀଙ୍କ ସବୁବେଳେ ଅଧିକ ଇଚ୍ଛା ନଥାଏ, ଏଭଳି ମହିଳାଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ । ଦାମ୍ପତ୍ତ୍ୟ ଜୀବନରେ କେବେବି ତିକ୍ତତା ଆସେନାହିଁ ।

Get real time updates directly on you device, subscribe now.