fbpx

Mitchell Johnsonଙ୍କ ରୁମରୁ ବାହାରିଲା ବିଷଧର ସାପ: ଫଟୋ ସେୟାର କରି ଏମିତି ଲେଖିଲେ କ୍ରିକେଟର

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଭାରତ ଗସ୍ତରେ ଆସୁଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ । ସେପଟେ ଲିଜେଣ୍ଡ ଲିଗ କ୍ରିକେଟ ଏବଂ ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ ଭଳି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଭାରତ ଗସ୍ତରେ ଆସିଛନ୍ତି ଅନେକ ଅଷ୍ଟ୍ରେଲିଆ ପ୍ଲେୟର । ଏମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ଷ୍ଟାର ବୋଲର ମିଚେଲ ଜନସନ ମଧ୍ୟ ଭାରତ ଆସିଛନ୍ତି । ତେବେ ଲକ୍ଷେ୍ନøର ଏକ ହୋଟେଲରେ ସେ ରହିଥିବା ବେଳେ ଏଠାୋର ତାଙ୍କ ସହ ଏକ ଭୟଙ୍କର ଅଘଟଣ ଘଟିଯାଇଛି ।

ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଜନସନ ଏବେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ୟୁଜର୍ସ । ଏକ ବିଷଧର ସାପର ଫଟୋ ପୋଷ୍ଟ କରି ତାଙ୍କ ରୁମରୁ ଏହା ବାହାରିଥିବା ନେଇ ସେ ପ୍ରକାଶ କରିଛନ୍ତି । ସେ ରହୁଥିବା ହୋଟେଲ ରୁମରୁ ଏକ ବିଷଧର ସାପ ବାହାରିଛି । ଏହାର ଫଟୋ ସେୟାର କରିବା ସହିତ ସେ ଲେଖିଛନ୍ତି ଯେ, କାହାକୁ ଜଣା ଅଛି ଏହା କେଉଁ ପ୍ରକାର ସାପ? ବାସ୍… ମୋ ରୁମର କବାଟରେ ଏହାକୁ ଦେଖାଯାଇଛି ।’ ଏମିତି ଲେଖି ସେ ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

 

View this post on Instagram

 

A post shared by Mitchell Johnson (@mitchjohnson398)

ଏହାର କିଛି ସମୟ ପରେ ସାପର ଆହୁରି କ୍ଲୋଜ ଫଟୋ ନେଇ ସେ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ ଏହି ସାପ ମୁଣ୍ଡର ଖୁବ ସୁନ୍ଦର ଫଟୋ ମିଳିଛି । ଏବେ ବି ଦ୍ୱନ୍ଦ୍ୱରେ ରହିଛି ଯେ ପ୍ରକୃତରେ ଏହା କ’ଣ ? ଭାରତରେ ଏବେ ପର୍ଯ୍ୟନ୍ତ ସବୁଠାରୁ ସୁନ୍ଦର ଯାତ୍ରା । ତେବେ ତାଙ୍କର ଏହି ଦୁଇଟି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନେକ ୟୁଜର ଏଥିରେ ଭିନ୍ନ ଭିନ୍ନ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Mitchell Johnson (@mitchjohnson398)

Get real time updates directly on you device, subscribe now.