fbpx
BJD SKY
BJD SKY

ଲାପଟପ୍ କିମ୍ବା ଡେସ୍କଟପରେ WhatsApp Web ଚଲାଇବା ଆହୁରି ସହଜ: QR କୋଡ୍ ବଦଳରେ ଏବେ ଏପରି ଲିଙ୍କ୍ କରିପାରିବେ ଡିଭାଇସ୍

BJD

ନୂଆଦିଲ୍ଲୀ: ହ୍ୱାଟ୍ସଆପର ୱେବ୍ ଏବଂ ମୋବାଇଲ୍ ଭର୍ସନରେ ବ୍ୟବହାରକାରୀଙ୍କୁ ଏକ ନୂଆ ଅପଡେଟ୍ ଦେଇଛି ମେଟା । ଅବଶ୍ୟ ସମସ୍ତ ଉପଭୋକ୍ତାଙ୍କୁ ଏପର୍ଯ୍ୟନ୍ତ ଏହି ଅପଡେଟ ମିଳିପାରିପାହିଁ । ତେବେ ବର୍ତ୍ତମାନ ଆପଣ ଅତି ସହଜରେ ନିଜର ହ୍ୱାଟ୍ସଆପ୍ ଆକାଉଣ୍ଟ ୱେରେ ଲଗଇନ୍ କରିପାରିବେ ।

ଏଥିପାଇଁ କମ୍ପାନୀ ମୋବାଇଲ୍ ନମ୍ବର ଲଗଇନ୍ ଆରମ୍ଭ କରିଛି । ଏହାର ଅର୍ଥ ହେଉଛି ଆପଣ ହ୍ୱାଟ୍ସଆପ୍ ୱେବରେ ମୋବାଇଲ୍ ନମ୍ବର ମାଧ୍ୟମରେ ଲଗ୍ଇନ୍ କରିପାରିବେ । ସର୍ବପ୍ରଥମେ ଆପଣଙ୍କୁ ୱେବକୁ ଯାଇ ମୋବାଇଲ୍ ସହିତ ଲଗଇନ୍ ଚୟନ କରିବାକୁ ପଡ଼ିବ ଏବଂ ନମ୍ବର ଏଣ୍ଟର କରିବାକୁ ପଡିବ । ଏହା ପରେ ଆପଣ ଏକ ଓଟିପି ଦେଖିବେ । ଏହାକୁ ନିଜର ପ୍ରାଇମେରୀ ମୋବାଇଲରେ ଦେବାକୁୁ ପଡିବ । ଏହି ଉପାୟରେ ଆପଣ ମୋବାଇଲ୍ ନମ୍ବର ମାଧ୍ୟମରେ ହ୍ୱାଟ୍ସ ଆପ୍ ୱେବ୍ କୁ ସହଜରେ ଲଗ୍ଇନ୍ କରିପାରିବେ ।

ଏହି ଲୋକଙ୍କୁ ମିଳିବ ଫାଇଦା :-

ଏହି ଅପଡେଟ ଯୋଗୁଁ ସେହି ଲୋକମାନଙ୍କୁ ଫାଇଦା ମିଳିବ, ଯେଉଁମାନଙ୍କ କ୍ୟାମେରା କ୍ୟୁଆର କୋଡକୁ ସ୍କାନ କରିପାରୁନାହିଁ । ତେବେ ଅନେକ ଥର କ୍ୟାମେରା ନଷ୍ଟ ହୋଇଯାଏ ଯେଉଁଥିପାଇଁ ଏହା ସଠିକ୍ କ୍ୟୁଆର କୋଡ୍ ସ୍କାନ୍ କରିବାରେ ସକ୍ଷମ ହୋଇନଥାଏ । ଏହି କାରଣରୁ ଲୋକମାନେ ହ୍ୱାଟ୍ସଆପରେ ଲଗ୍ ଇନ୍ କରିବାରେ ସମସ୍ୟା ଭୋଗୁଛନ୍ତି । କିନ୍ତୁ ବର୍ତ୍ତମାନ ମୋବାଇଲ୍ ନମ୍ବର ଲଗଇନ୍ ସାହାଯ୍ୟରେ ଉପଭୋକ୍ତାମାନେ ହ୍ୱାଟ୍ସଆପ୍ ଆକାଉଣ୍ଟ୍ ସହଜରେ ଖୋଲିପାରିବେ ।

ତେବେ ମୋବାଇଲ୍ ନମ୍ବର ଲଗଇନର ଫିଚର୍ ହ୍ୱାଟ୍ସଆପ୍ ୱେବ୍ ପାଇଁ ରହିଛି । ଏହା ୱିଣ୍ଡୋଜ୍ ଆପରେ କାମ କରିବ ନାହିଁ ।

ୱିଣ୍ଡୋ ଆପରେ ଯୋଡା ଯାଇଛି ନୂଆ ଫିଚର :-
ୱିଣ୍ଡୋଜ୍ ଆପରେ ଟେକ୍ସଟ୍ ସାଇଜ୍ ବଢ଼ାଇବାକୁ ହ୍ୱାଟ୍ସଆପ୍ ଉପଭୋକ୍ତାମାନଙ୍କୁ ଏକ ନୂତନ ବିକଳ୍ପ ଦେଇଛି । ଆପଣ ସେଟିଂ ଭିତରେ ପର୍ସନାଲାଇଜେସନ୍ ରେ ଏହି ବିକଳ୍ପ ପାଇବେ । ଏହା ବ୍ୟତୀତ, ମେଟା ଶୀଘ୍ର ୱିଣ୍ଡୋଜ୍ ଆପରେ ଗ୍ରୁପ୍ ଭିଡିଓ କଲ୍ ସୀମାକୁ ୩୨ କୁ ବୃଦ୍ଧି କରିବ । ସମ୍ପ୍ରତି ଉପଭୋକ୍ତାମାନେ କେବଳ ୮ ଜଣଙ୍କୁ ଗ୍ରୁପ୍ ଭିଡିଓ କଲ କରିପାରିବେ । ନୂଆ ଅପଡେଟ ପରେ, ଉପଭୋକ୍ତାମାନେ ୩୨ ଜଣଙ୍କୁ ଭିଡିଓ କଲ କରିବାକୁ ସମର୍ଥ ହେବେ ଏବଂ ଏହି ଆପରେ କାର୍ଯ୍ୟ କରାଯିବ ।

Get real time updates directly on you device, subscribe now.