fbpx

ଏଣିକି ମାଗଣା ବିଜୁଳି ସାଙ୍ଗକୁ ମିଳିବ Subsidy: ପ୍ରଧାନମନ୍ତ୍ରୀ ଜାରି କଲେ ଏହି ନୂଆ ଯୋଜନା

Advertisement

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଆଉ ଏକ ନୂଆ ଯୋଜନା ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକମାନଙ୍କୁ ମାଗଣା ବିଜୁଳି ଏବଂ ସବସିଡି ଯୋଗାଇ ଦେବା ପାଇଁ ‘ପିଏମ ସୂର୍ଯ୍ୟ ଘର ଯୋଜନା’ ଆଣିଛନ୍ତି ସରକାର । ଅନ୍ତରୀଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଯୋଜନାକୁ ‘ରୁଫଟପ୍ ସ୍କୋଲାର ସ୍କିମ୍’ ଭାବରେ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଲଞ୍ଚ୍ କରିଛନ୍ତି । ଏହି ଯୋଜନାରେ ଲୋକମାନଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ମିଳିବା ସହ ସବସିଡି ମଧ୍ୟ ପ୍ରଦାନ କରାଯିବ । ତେବେ ଏଥିପାଇଁ କିଛି ନିୟମାବଳୀ ଜାରି କରାଯାଇଛି ।

ପିଏମ ସୂର୍ଯ୍ୟ ଘର ଯୋଜନା ଅଧୀନରେ ଘରେ ପାୱାର ସପ୍ଲାଏ ଏବଂ ଅତିରିକ୍ତ ବିଜୁଳି ଉତ୍ପାଦନ ପାଇଁ ଘରେ ସୋଲାର ପ୍ୟାନେଲ ଲଗାଯାଇଥାଏ । ସରକାରଙ୍କ ଅନୁସାରେ, ୧ କୋଟି ଘରକୁ ଆଲୋକିତ କରାଇବା ସହ ପ୍ରତି ମାସ ୩୦୦ ୟୁନିଟ ମାଗଣା ବିଜୁଳି ଦେବା ଏହି ମାଗଣା ବିଜୁଳି ଯୋଜନାର ଉଦ୍ଦେଶ୍ୟ ବୋଲି କୁହାଯାଇଛି । ଏହି ଯୋଜନା ଅଧୀନରେ ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗା ଯାଇଥାଏ । ଏଥିରେ ଆସୁଥିବା ବିଲ୍ ବୋଝ କମ୍ କରିବା ପାଇଁ ସରକାର ଏହି ସ୍କିମରେ ଆବେଦନ କରୁଥିବା ଉପଭୋକ୍ତାଙ୍କ ଆକାଉଣ୍ଟକୁ ସବସିଡି ଟଙ୍କା ମଧ୍ୟ ପଠାଇ ଦେଉଛନ୍ତି ସରକାର । ଏହା ମିଟରର କ୍ଷମତା ହିସାବରେ ନିର୍ଦ୍ଧାରିତ କରାଯାଇଥାଏ ।

ଏହି ଯୋଜନାରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ସରକାର ଦେଇଥିବା ସବସିଡି ଅନୁଯାୟୀ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇଥାଏା ଯଦି କେହି ଉପଭୋକ୍ତା ନିଜ ଘରେ 2kW ଛାତର ସୋଲାର ସ୍ଥାପନ କରିବାକୁ ଚାହାଁନ୍ତି, ତେବେ ୱେବସାଇଟରେ ଉପଲବ୍ଧ କାଲକୁଲେଟର ଅନୁଯାୟୀ ମୋଟ ପ୍ରକଳ୍ପ ମୂଲ୍ୟ ୪୭୦୦୦ ଟଙ୍କା ହେବ । ତେବେ ଏଥିରୁ ସରକାରଙ୍କ ତରଫରୁ ୧୮୦୦୦ ଟଙ୍କା ସବସିଡି ମିଳିବ। ଏହି ଉପାୟରେ ଗ୍ରାହକଙ୍କୁ ଛାତରେ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ୨୯୦୦୦ ଟଙ୍କା ଦେବାକୁ ପଡିବ ।

କିପରି କରିବେ ଆବେଦନ? 

• ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ https://pmsuryaghar.gov.in କୁ ଯାଆନ୍ତୁ ଏବଂ ଛାତ ସୋଲାର ପାଇଁ ଆବେଦନ କରନ୍ତୁ ଚୟନ କରନ୍ତୁ

• ବର୍ତ୍ତମାନ ଆପଣଙ୍କର ରାଜ୍ୟ ଏବଂ ବିଦ୍ୟୁତ୍ ବିତରଣ କମ୍ପାନୀର ନାମ ଚୟନ କରନ୍ତୁ ଜ୍ଝ ଏହାପରେ ୟୁଜରଙ୍କ ବିଦ୍ୟୁତ୍ ଉପଭୋକ୍ତା ନମ୍ବର, ମୋବାଇଲ୍ ନମ୍ବର ଏବଂ ଇମେଲ୍ ଏଣ୍ଟର କରନ୍ତୁ ।

• ଏହା ପରେ, ଗ୍ରାହକ ନମ୍ବର ଏବଂ ମୋବାଇଲ୍ ଏଣ୍ଟର କରି ନୂଆ ପେଜରେ ଲଗ୍ଇନ୍ କରନ୍ତୁ ଜ୍ଝ ଫର୍ମରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଛାତର ସୋଲାର ପ୍ୟାନେଲ ପାଇଁ ଆବେଦନ କରନ୍ତୁ

• ଏହା ପରେ ଆପଣଙ୍କୁ ଫିଜିବିଲିଟି ଆପ୍ରୁଭାଲ ମିଳିବ, ପରେ ଆପଣ ନିଜ DISCOMରେ ପଞ୍ଜୀକୃତ ଯେକୌଣସି ବିକ୍ରେତାଙ୍କଠାରୁ ପ୍ଲାଣ୍ଟ ସଂସ୍ଥାପନ କରିବାକୁ ସମର୍ଥ ହେବେ

• ସୋଲାର ପ୍ୟାନେଲ ସ୍ଥାପନ ପରେ, ପରବର୍ତ୍ତୀ ସୋପାନରେ ଆପଣଙ୍କୁ ପ୍ଲାଣ୍ଟ ଡିଟେଲ୍ସ ସହିତ ନେଟ ମିଟର ପାଇଁ ଆବେଦନ କରିବାକୁ ପଡିବ

Get real time updates directly on you device, subscribe now.