NPCI ବୃଦ୍ଧି କଲା UPIର ଲିମିଟ୍, ଏଣିକି ୨୪ ଘଣ୍ଟା ମଧ୍ୟରେ କରିପାରିବେ ବଡ଼ ଟ୍ରାଞ୍ଜାକ୍ସନ

ଏଣିକି UPIରେ ବଡ଼ ଟ୍ରାଞ୍ଜାକ୍ସନର ହେବ ସୁବିଧା।

ନୂଆଦିଲ୍ଲୀ: ଏଣିକି UPIରେ ବଡ଼ ଟ୍ରାଞ୍ଜାକ୍ସନର ହେବ ସୁବିଧା। NPCI ବୃଦ୍ଧି କରିଛି UPIର ଲିମିଟ୍। ଆମେ ସାଧାରଣତଃ ଯେତେବେଳେ UPI ମାଧ୍ୟମରେ ଟଙ୍କା ପଠାଉ, ସେତେବେଳେ ଏହାର ସୀମା ୧ ଲକ୍ଷ ଟଙ୍କା ଥାଏ।

କିନ୍ତୁ ଏବେ ସେପ୍ଟେମ୍ବର ୧୫ ତାରିଖ ଠାରୁ କିଛି ନିର୍ଦ୍ଦିଷ୍ଟ ଟ୍ରାଞ୍ଜାକ୍ସନ ପାଇଁ ଏହି ସୀମାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। NPCI ଏହି ପରିବର୍ତ୍ତନ ଘୋଷଣା କରିଛି।

ଯାହା ଫଳରେ ଏବେ ଟିକସ ଦେବା, ବୀମା ପ୍ରିମିୟମ ଦେବା, ଋଣ EMI ଦେବା, ଷ୍ଟକ ବଜାରରେ ନିବେଶ କରିବା ଭଳି ଟ୍ରାଞ୍ଜାକ୍ସନରେ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟ କରାଯାଇପାରିବ।

ଏହି ପରିବର୍ତ୍ତନ କାହିଁକି କରାଗଲା: ଏହି ବର୍ଷ ଟିକସ ଦେବାର ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୫ ରହିଛି। ଏହି କାରଣରୁ NPCI ପ୍ରତି କାରବାର ପାଇଁ ଟିକସ ସମ୍ବନ୍ଧୀୟ UPI କାରବାରର ସୀମା ୫ ଲକ୍ଷ ଟଙ୍କା ଏବଂ ପ୍ରତି ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି।

ଏହା ସେହି ଲୋକମାନଙ୍କୁ ଲାଭ ଦେବ ଯେଉଁମାନେ UPI ମାଧ୍ୟମରେ ଅଧିକ ପରିମାଣର ଦେୟ ଦେବାକୁ ଚାହୁଁଛନ୍ତି, ଯାହାକି ପୂର୍ବରୁ ଲିମିଟ୍ ଯୋଗୁଁ ବନ୍ଦ ହୋଇଯାଉଥିଲା।