fbpx

NPS-APY ନିୟମରେ ବଡ଼ ପରିବର୍ତ୍ତନ: ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ପେନସନ ଫଣ୍ଡ ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ପିଏଫଆରଡିଏ)ର ଦୁଇ ପେନସନ ଯୋଜନାରେ ନିବେଶ କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ଜାତୀୟ ପେନସନ ବ୍ୟବସ୍ଥା (ଏନପିଏସ) ଓ ଅଟଳ ପେନସନ ଯୋଜନା (ଏପିୱାଇ)ର ନୂଆ ନିୟମ ଲାଗୁ ହେବାକୁ ଯାଉଛି । ନୂଆ ନିୟମ ଅନୁଯାୟୀ ଉପଭୋକ୍ତାମାନେ ୟୁପିଆଇ ମାଧ୍ୟମରେ ନିଜର ଅଂଶଦାନ କରିବେ ।

ଯେଉଁ ସବସ୍କ୍ରାଇବର୍ସମାନେ ସକାଳ ୯.୩୦ ପୂର୍ବରୁ ନିଜର ଅଂଶଦାନ କରିବେ, ତାହା ଉକ୍ତ ଦିନର ନିବେଶ ଭାବେ ଗଣାଯିବ । ସେହିପରି ୯.୩୦ ପରେ ନିବେଶ କଲେ ତାହା ପରଦିନର ନିବେଶରେ ସାମିଲ ହେବ । ପୂର୍ବରୁ ଗ୍ରାହକମାନେ ନିଜର ଅଂଶଦାନ ଆଇଏମପିଏସ, ନିଫ୍ଟ, ଆରଟିଜିଏସ ବ୍ୟବହାର କରି ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ ସିଧାସଳଖ ପଠାଇ ପାରୁଥିଲେ ।

ଏନପିଏସ ଯୋଜନା ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ସଞ୍ଚାଳିତ ହୋଇଥାଏ । ୨୦୦୪ରୁ ଏହି ଯୋଜନା କେନ୍ଦ୍ର ସରକାର ସଶସ୍ତ୍ର ବଳଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରିଛନ୍ତି । ସେହିପରି ଏପିୱାଇ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ରହିଛି । ଏଥିରେ ଗ୍ରାହକମାନେ ନିଜର ଯୋଗଦାନ ଅନୁଯାୟୀ ୬୦ ବର୍ଷ ବୟସ ପରେ ଗ୍ୟାରେଣ୍ଟି ସହ ଏକ ହଜାରରୁ ୫ ହଜାର ପର୍ଯ୍ୟନ୍ତ ମାସିକ ପେନସନ ପାଇପାରିବେ । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ପରିବର୍ତ୍ତନ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଅକ୍ଟୋବର ପହିଲା ପରେ ଆୟକର ଆଇନ ଅନୁଯାୟୀ କୌଣସି ଇନକମ୍ ଟ୍ୟାକ୍ସ ପ୍ରଦାତା ଏପିଏସ ପାଇଁ ଆବେଦନ କରିପାରିବ ନାହିଁ ।

Get real time updates directly on you device, subscribe now.