fbpx

ଘୋଷଣା ହେଲା Jio Phone 5G ଲଞ୍ଚ ତାରିଖ! ଜାଣନ୍ତୁ ଏହାର ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ୫ଜି ନେଟୱାର୍କ ଲଞ୍ଚ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତବର୍ଷ ରିଲାଏନ୍ସ ଜିଓ ନିଜର ପ୍ରଥମ ୪ଜି ଜିଓ ଫୋନ୍ ନେକ୍ସଟ ଲଞ୍ଚ କରିଥିଲା । ଏହାକୁ ଗ୍ରାହକମାନେ ବହୁତ ପସନ୍ଦ କରିଥିବା ବେଳେ କମ୍ପାନୀ ଏଥିରେ ରିହାତି ପ୍ରଦାନ କରିଥିଲା । ତେବେ ଏଥର କମ୍ପାନୀ ୫ଜି ଫୋନ୍ ଲଞ୍ଚ କରିବ କି ନା ସେନେଇ ଚର୍ଚ୍ଚା ହେଉଛି ।

ଏକ ରିପୋର୍ଟ ମୁତାବକ, ଭାରତରେ ଖୁବଶୀଘ୍ର ଜିଓ ନିଜର ନୂଆ ୫ଜି ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଏନେଇ କମ୍ପାନୀ ପୂରା ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗତବର୍ଷ କମ୍ପାନୀ ଗୁଗଲ ଓ କ୍ୱାଲକମ ସହ ମିଶି ୪ଜି ଫୋନ୍ ଲଞ୍ଚ କରିଥିଲା । ତେବେ ଏବେ କମ୍ପାନୀ ୫ଜି ଲଞ୍ଚ କରିବା ଉପରେ କାର୍ଯ୍ୟ ଜାରି ରଖିଛି । ଫୋନ୍ କେବେ ଲଞ୍ଚ ହେବ ସେନେଇ ଅଫିସିଆଲ ଭାବେ କିଛି ସୂଚନା ମିଳିନାହିଁ । ଦେଶରେ ୫ଜି ନେଟୱାର୍କ ଲଞ୍ଚ ହେବା ନେଇ କମ୍ପାନୀ ସୂଚନା ଦେଇଛି । କମ୍ପାନୀ ଗ୍ରାହକଙ୍କୁ ଏକ ଶସ୍ତା ୫ଜି ଫୋନର ଅପ୍ସନ ଦେବାର ସମ୍ଭାବନା ରହିଛି ।

ଗତଥର ଅଧିକାଂଶ ଗ୍ରାହକ ୨ଜିରୁ ୪ଜିକୁ ଶିଫ୍ଟ ହେବା ଫଳରେ କମ୍ପାନୀର ଗ୍ରାହକ ସଂଖ୍ୟା ବଢ଼ିଥିଲା । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଜିଓ ଫୋନ୍ ୫ଜି ଲଞ୍ଚ ହେବ ବୋଲି ଏକ ବିଶେଷ ସୂତ୍ରରୁ ଖବର ମିଳିଛି । ଏହାର ମୂଲ୍ୟ ୧୦ରୁ ୧୨ ହଜାର ବଜେଟ୍ ମଧ୍ୟରେ ରହିବ । ଗ୍ରାହକଙ୍କୁ ଏହି ଫୋନ୍ ଆହୁରି କମ୍ ମୂଲ୍ୟରେ ମିଳିପାରେ । ଫୋନ୍ କିଣିବା ପାଇଁ କମ୍ପାନୀ ଜିଓ ୟୁଜର୍ସଙ୍କୁ ଇଏମଆଇ ପ୍ଲାନର ସୁଯୋଗ ଦେଇପାରେ ।

୫ଜି ଫୋନରେ ୬.୫ ଇଞ୍ଚର ଏଚଡି ପ୍ଲସ ଆଇପିଏସ ଏଲସିଡି ସ୍କ୍ରିନ, ୧୬୦୦ . ୭୨୦ ପିକ୍ସେଲ ରିଜୋଲ୍ୟୁସନ, ସ୍ନାପଡ୍ରାଗନ ୪୮୦ ୫ଜି ପ୍ରୋସେସର ଦିଆଯାଇପାରେ । ଏଥିସହିତ ୪ଜି ରାମ, ୩୨ ଜିବି ଷ୍ଟୋରେଜ, ଡୁଆଲ ରିଅର କ୍ୟାମେରା ଲେନ୍ସ ୧୩ଏମପି, ୨ଏମପି ମାଇକ୍ରୋ ଲେନ୍ସ, ୮ଏମପି ଫ୍ରଣ୍ଟ ସେଲଫି କ୍ୟାମେରା, ପ୍ରଗତି ଓଏସ ଆଦି ଫିଚର୍ସ ମିଳିପାରେ ।

Get real time updates directly on you device, subscribe now.