fbpx

(Video) ଡାକ୍ତରଖାନାର ୫ ମହଲାରୁ ଡେଇଁ ଯୁବକ ଗୁରୁତର, ଦ୍ୱିତୀୟ ଥର କରିବାକୁ ଚାହୁଥିଲେ ଆତ୍ମହତ୍ୟା

ଢେଙ୍କାନାଳ: ଡାକ୍ତରଖାନାର ୫ ମହଲାରୁ ଡେଇଁ ଜଣେ ରୋଗୀ ଗୁରୁତର ହୋଇପଡ଼ିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ । ଉକ୍ତ ରୋଗୀ ଜଣକ ହେଉଛନ୍ତି ପରଜଙ୍ଗ  ଡମସାହିର ଚନ୍ଦନ ନାଏକ । ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସୂଚନା ଅନୂଯାୟୀ, ଚନ୍ଦନ ନାଏକ ମାନସିକ ଚାପଗ୍ରସ୍ତ ହୋଇ ଶନିବାର ସକାଳେ ନିଜଘରେ  ହାତ ଓ ବେକ କାଟି ଜୀବନ ହାରିବାକୁ ଉଦ୍ୟମ କରିଥିଲେ, ତେଣୁ ତାଙ୍କୁ ଆଜି ସକାଳେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେ ପୁଣିଥରେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ଏବଂ ଜିଲ୍ଳା ଚିକିତ୍ସାଳୟର ୫ ମହଲାରୁ ଡେଇଁପଡ଼ିଥିଲେ, ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଛି । ତେବେ ସେ କେଉଁ କାରଣକୁ ଏଭଳି ଜୀବନ ହାରିବାକୁ ବାରମ୍ବାର ଉଦ୍ୟମ କରୁଛନ୍ତି ତାହା ସ୍ପଷ୍ଟ ହୋଇନି ।

Get real time updates directly on you device, subscribe now.