fbpx

ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ଜାଗମରା ସ୍ଥିତ ବିଦେଶୀ ମଦ ଦୋକାନ, ନିର୍ଦ୍ଦେଶନାମା ଜାରି କରିବାକୁ ବିଏମସି କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ଜାଗମରା ସ୍ଥିତ ବିଦେଶୀ ମଦ ଦୋକାନ । ବିଦେଶୀ ମଦ ଦୋକାନ ବନ୍ଦକଲା ବିଏମସି । ସ୍ୱଚ୍ଛତା ଅବଲମ୍ବନ କରୁନଥିବାରୁ ବିଏମସି ନିଆଗଲା କାର୍ଯ୍ୟାନୁଷ୍ଠାନ ।

ଶନିବାର ଜାଗମରା ଅଞ୍ଚଳ ପରିଦର୍ଶନ କରିଥିଲେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ  । ଏହି ସମୟରେ ସ୍ୱଚ୍ଛତା ଅବଲମ୍ବନ କରୁନଥିବା ଦେଖିବାକୁ ପାଇଥିଲା ବିଏମସି ଟିମ୍ । ରାସ୍ତା ଉପରେ ବହୁ ପରିମାଣର ମଦ କାଚ ଓ ଖୋଳ ପଡ଼ିଥିବା ଦେଖିବାକୁ ପାଇଥିଲେ । ଯାହପରେ ମଦ ଦୋକାନ ଉପରେ କାର୍ଯ୍ୟନୁଷ୍ଠାନ ନେଇଛି ବିଏମସି । ଏନେଇ ନିର୍ଦ୍ଦେଶନାମା ଜାରି କରିବାକୁ ଜୋନାଲ ଡେପୁଟି ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

ଆହୁରି ମଧ୍ୟ ରାସ୍ତା ଅବରୋଧ କରିଥିବା ବହୁ ବ୍ୟବସାୟୀଙ୍କ ଉପରେ ଜରିମାନା ଲଗାଯାଇଛି । ରାସ୍ତା ଉପରେ  ଗୃହ ନିର୍ମାଣ ପାଇଁ ଗୋଡି, ବାଲି ରôଖଥବା ଅଭିଯୋଗରେ ଗୃହ ମାଲିକଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି ।

Get real time updates directly on you device, subscribe now.