fbpx

Heart touching: ଚିତାବାଘକୁ ରାକ୍ଷୀ ବାନ୍ଧିଲେ ମହିଳା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା’ କିଛି ଭିଡିଓ କିମ୍ବା ଫଟୋ ଭାଇରାଲ ହୋଇଥାଏ । ବର୍ତ୍ତମାନ ମଧ୍ୟ ଏହିଭଳି ଏକ ନିଆରା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋ ଏଥିପାଇଁ ନିଆରା, କାରଣ ଫଟୋରେ ଜଣେ ମହିଳା ମଣିଷକୁ ନୁହେଁ ବରଂ ଏକ ବାଘ ହାତରେ ରାକ୍ଷୀ ବାନ୍ଧୁଛନ୍ତି ।

ଭାଇରାଲ ହେଉଥିବା ଫଟୋଟି ହେଉଛି ରାଜସ୍ଥାନରେ । ଯେଉଁଠାରେ ଏକ ବାଘକୁ ଜଣେ ମହିଳା ରାକ୍ଷୀ ବାନ୍ଧୁଛନ୍ତି । ଆଉ ଏହି ଫଟୋ ପରିବେଶ ମଧ୍ୟରେ ମଣିଷ ଏବଂ ପଶୁଙ୍କ ସମନ୍ୱୟକୁ ଦର୍ଶାଉଛିି । ଫଟୋଟିକୁ ଆଇଏଫଏସ ସୁଶାନ୍ତ ନନ୍ଦ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

ଭାଇରାଲ ଫଟୋ ପିଙ୍କ୍ ଶାଢ଼ୀ ପିନ୍ଧିଥିବା ଜଣେ ମହିଳା ଉଦ୍ଧାର ହୋଇଥିବା ଅସୁସ୍ଥ ଚିତାବାଘକୁ ରାକ୍ଷୀ ବାନ୍ଧୁଛନ୍ତି । ବାଘକୁ ବନ ବିଭାଗକୁ ହସ୍ତାନ୍ତର କରିବା ପୂର୍ବରୁ ମହିଳା ଜଣକ ତା’ ହାତରେ ରାକ୍ଷୀ ବାନ୍ଧିଥିଲେ, ଯାହା ଏବେ ଖୁବ୍ ଭାଇରାଲ ହେଉଛି । ସେପଟେ ଏହି ଫଟୋ ଭାଇରାଲ ହେବା ପରେ ଅନେକ ସେମାନଙ୍କ ପ୍ରତିକ୍ରିୟା ରଖିବା ସହ ମହିଳାଙ୍କୁ ଭୂରି ଭୂରି ପ୍ରଶଂସା କରୁଛନ୍ତି ।

ଫଟୋ ସେୟାର କରିବା ସହ ଆଇଏଫଏସ ଅଧିକାରୀ ଲେଖିଛନ୍ତି ଯେ ‘ଯୁଗ ଯୁଗ ଧରି ଭାରତରେ ମନୁଷ୍ୟ ଏବଂ ପଶୁ ବିନାସର୍ତ୍ତରେ ସମନ୍ୱୟ ଭାବରେ ବସବାସ କରିଆସୁଛନ୍ତି । ଯାହାର ନିଦର୍ଶନ ହେଉଛି ଏହି ଫଟୋ ଯେଉଁଠାରେ ରାଜସ୍ଥାନର ଜଣେ ମହିଳା ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିବା ପୂର୍ବରୁ ଏକ ଅସୁସ୍ଥ ଚିତାବାଘକୁ ପ୍ରେମ ଏବଂ ଭାଇଚାରାର ପ୍ରତୀକ ରାକ୍ଷୀ ବାନ୍ଧି ବନ୍ୟଜନ୍ତୁଙ୍କୁ ପ୍ରତିଥିବା ପ୍ରେମକୁ ଦର୍ଶାଉଛନ୍ତି ।

Get real time updates directly on you device, subscribe now.