fbpx

ନେହରୁଙ୍କ ଠାରୁ ଆରମ୍ଭ କରି ମୋଦୀ: ୭୫ ବର୍ଷରେ ଆମେ ଆଗରେ ନା ପଛରେ, ଜାଣନ୍ତୁ ଜିଡିପି, ଅର୍ଥବ୍ୟବସ୍ଥା, କୃଷି, ମହଙ୍ଗା ମାଡ଼ର ସମ୍ପୂର୍ଣ୍ଣ ରିପୋର୍ଟ

ନୂଆଦିଲ୍ଲୀ: ଆଜି ଦେଶ ସ୍ୱାଧୀନତରା ୭୫ ବର୍ଷ ପୂରଣ ଅବସରରେ ହର ଘର ତ୍ରିରଙ୍ଗା ଅଭିଯାନ ଚଳାଇଛି । ତେବେ ଏଇ ୭୫ ବର୍ଷ ମଧ୍ୟରେ ଆମେ କେତେ ଆଗରେ ଆଉ କେତେ ପଛରେ । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶରେ ଘଟିଛି ଅନେକ କିଛି ପରିବର୍ତ୍ତନ । ଦେଶର ଜିଡିପି, ଅର୍ଥବ୍ୟବସ୍ଥା, କୃଷି, ମହଙ୍ଗା ମାଡ଼ କି ସୂଚନା ଦେଉଛି ।

୧୯୬୫ରେ ଭାରତ-ପାକ୍ ଯୁଦ୍ଧ ପରେ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ିଥିଲା । ମାତ୍ର ଆଜି ଭାରତ ଖାଧ୍ୟାନ୍ନ ମାମଲାରେ ବହୁତ ଆଗକୁ ବଢ଼ିଯାଇଛି । ସଙ୍କଟଜନକ ପରିସ୍ଥିତିରେ ଭାରତ ଅନ୍ୟ ଦେଶକୁ ଖାଦ୍ୟଶସ୍ୟ ରପ୍ତାନୀ କରୁଛି । ୧୯୫୦ରେ ଭାରତର ମୋଟ ଖାଦ୍ୟ ଉତ୍ପାଦନ ୫.୪୯ କୋଟି ଥିବା ବେଳେ ୨୦୨୦-୨୧ରେ ଏହା ୩୦.୫ କୋଟିରେ ପହଞ୍ଚି ଯାଇଛି । ୧୯୬୦ ପର୍ଯ୍ୟନ୍ତ ଭାରତ ବିଦେଶରୁ ବହୁ ମାତ୍ରାରେ ଖାଦ୍ୟଶସ୍ୟ ଆମଦାନୀ କରୁଥିଲା ।

୭୫ ବର୍ଷ ପରେ ଭାରତ ଆଜି ବିଶ୍ୱରେ ଦ୍ରୁତ ଅଗ୍ରଗତି କରୁଥିବା ଅର୍ଥନୀତି ପାଲଟି ଯାଇଛି । ୧୯୪୭ରେ ଦେଶର ଜିଡିପି ୨.୭ ଲକ୍ଷ କୋଟି ଥିବା ବେଳେ ଏବେ ୫୫ ଗୁଣ ବୃଦ୍ଧି ପାଇଁ ୧୫୦ କୋଟିରେ ପହଞ୍ଚିଛି । ୨୦୨୪ ସୁଦ୍ଧା ଏହା ୧୦ ଗୁଣ ବୃଦ୍ଧି ପାଇବାର ଅନୁମାନ କରରାଯାଉଛି । ୧୯୬୫, ୧୯୭୯ ଓ ୧୯୨୦ ମାତ୍ର ୩ ଥରକୁ ଛାଡ଼ିଦେଲେ ଅନ୍ୟ ସବୁ ସମୟରେ ଭାରତର ଅଭିବୃଦ୍ଧି ଘଟିଛି ।

୧୯୬୬ରେ ଦେଶର ଅଭିବୃଦ୍ଧି ହାର ୪ ପ୍ରତିଶତରୁ କମ୍ ଥିବାବେଳେ ୨୦୧୫ ପରେ ଏହା ୬ ପ୍ରତିଶତ ଉପରେ ରହୁଛି । ୧୯୯୨ ପରଠାରୁ ଦେଶର ଇକୋନୋମି ଆଗକୁ ବଢ଼ିବାରେ ଲାଗିଛି । ୧୯୪୭ରୁ ୧୯୮୦ ମଧ୍ୟରେ ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ହାର ୯ ପ୍ରତିଶତରୁ ମାଇନସ ୫ ପ୍ରତିଶତ ମଧ୍ୟରେ ରହିଥିଲା । ୧୯୯୦ରୁ ୨୦୧୩ ମଧ୍ୟରେ ଦେଶର ୧୭ କୋଟି ଲୋକ ଗରିବୀ ସୀମା ରେଖାରୁ ମୁକ୍ତି ପାଇଛନ୍ତି । ୧୯୪୭ରେ ଭାରତର ୭୦ ପ୍ରତିଶତ ଲୋକ ଗରିବ ରହିଥିବା ବେଳେ ୨୦୧୧ରେ ଏହା ୨୨.୫ ପ୍ରତିଶତକୁ ଖସି ଆସିଛି ।

Get real time updates directly on you device, subscribe now.