fbpx

(Video) ବିଶ୍ୱର ସର୍ବ ବୃହତ୍ ମାନବ ପତାକା ତିଆରି କରି ବିଶ୍ୱ ରେକର୍ଡ କଲେ ଚଣ୍ଡିଗଡ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶର କୋଣ ଅନୂକୋଣରେ ପାଳନ କରାଯାଉଛି ‘ହର ଘର ତିରଙ୍ଗା ଅଭିଯାନ’ । ଆଉ ଏହାକୁ ସ୍ମରଣୀୟ କରିବା ପାଇଁ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ର ମାନେ ଏକ ଭିନ୍ନ ଉପାୟ କରିଥିଲେ । ଆଉ ତିଆରି କରିଥିଲେ ବିଶ୍ୱର ସବୁଠୁ ବଡ଼ ମାନବ ତିରଙ୍ଗା  । ଯାହା ଏବେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

ସୂଚନାଯୋଗ୍ୟ, ଶନିବାର ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଏବଂ ଏନଆଇଡି ଫାଉଣ୍ଡେସନ ବିଶ୍ୱର ସବୁଠୁ ବଡ଼ ମାନବ ଜାତୀୟ ପତାକା କରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି । ଚଣ୍ଡିଗଡ଼ ଷ୍ଟାଡିୟମରେ ଏହି ମାନବ ଜାତୀୟ ପତାକା ପାଇଁ ୫,୮୮୫ ଜଣ ଛାତ୍ର ଭାଗ ନେଇଥିଲେ । ଏହି ସ୍ୱେଚ୍ଛସେବୀମାନେ ଭାରତୀୟ ଜାତୀୟ ପତାକା ରଙ୍ଗର ପୋଷାକ ପିନ୍ଧିଥିଲେ ଏବଂ ଜାତୀୟ ପତାକା ଆକାରରେ ଛିଡ଼ା ହୋଇ ଜାତୀୟ ପତାକା ଛବି ବନାଇଥିଲେ ।

 

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏବଂ ଏନଆଇଡି ଫାଉଣ୍ଡେସନର ମିଳିତ ସହଭାଗୀତାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମରେ ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ, କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖୀ ଏବଂ କୁସ୍ତି ଖେଳାଳି ଯୋଗେଶ୍ୱର ଦତ୍ତ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପୁରୋହିତ ଗିନିଜ୍ ୱାର୍ଲ୍ଡ ରେକର୍ଡ ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ସମସ୍ତଙ୍କୁ ଘରେ ତିରଙ୍ଗା ଉତ୍ତୋଳନ କରିବାକୁ କହିଥିଲେ ।

ସୂଚନାଯୋଗ୍ୟ, ୨୮ ନଭେମ୍ବର ୨୦୧୭ ରେ ଦୁବାଇ ନାଁରେ ସବୁଠୁ ବଡ଼ ମାନବ ଜାତୀୟ ପତାକା କରିଥିବାର ରେକର୍ଡ ରହିଥିଲା । ଯେଉଁଠାରେ ୪,୧୩୦ ଲୋକ ମିଶି ଜାତୀୟ ପତାକା ତିଆରି କରିଥିଲେ । ଆଉ ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ଭାରତୀୟ ଛାତ୍ର ।

Get real time updates directly on you device, subscribe now.