fbpx

ମୋତେ ୩-୪ ଚାପୁଡ଼ା ମାରିଲେ, ଆଇପିଏଲ ଟିମ୍ ମାଲିକଙ୍କ ବିରୋଧରେ ଭୟଙ୍କର ଅଭିଯୋଗ ଆଣିଲେ ରସ୍ ଟେଲର

ନୂଆଦିଲ୍ଲୀ: ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ରସ୍ ଟେଲର ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ତାଙ୍କର ଅଟୋବାୟୋଗ୍ରାଫିରେ ସେ ଏନେଇ ଖୁଲାସା କରିଛନ୍ତି । ତାଙ୍କର ବହିର ନାମ ‘ବ୍ଲାକ ଆଣ୍ଡ ହ୍ୱାଇଟ’ ରହିଥିବା ବେଳେ ସେ ଆଇପିଏଲ୍ ଟିମ୍ ରାଜସ୍ଥାନ ରୟାଲ୍ସର ଫ୍ରାଞ୍ଚାଇଜରେ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ।

ମୋହାଲିରେ ପଞ୍ଜାବ କିଙ୍ଗସ ବିରୋଧରେ ଖେଳୁଥିବା ସମୟରେ ସେ ଥରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ । ଏହାପରେ ରାଜସ୍ଥାନ ରୟାଲ୍ସର ମାଲିକ ତାଙ୍କ ଗାଲକୁ ୩-୪ ଚାପୁଡ଼ା ମାରିଥିଲେ । ପ୍ରତିପକ୍ଷ ୧୯୫ ରନର କରିଥିବା ବେଳେ ଟେଲର କୌଣସି ରନ୍ ନକରି ଏଲବିଡବ୍ଳ୍ୟୁ ହୋଇଯାଇଥିଲେ ।

ଏହାପରେ ରାଜସ୍ଥାନ ରୟାଲ୍ସର ଜଣେ ମାଲିକ କହିଥିଲେ, ‘ରସ, ଆମେ ତୁମକୁ ଲକ୍ଷ ଲକ୍ଷ ଟଙ୍କା ଶୂନ ରନରେ ଆଉଟ ହେବା ପାଇଁ ଦେଉନାହୁଁ ।’ ଏହାପରେ ସେ ସେ ଟେଲରଙ୍କୁ ଚାପୁଡ଼ା ମାରିଥିଲେ । ଯଦିଓ ଚାପୁଡ଼ା ଏତେ କଷ୍ଟଦାୟକ ନଥିଲା ତଥାପି ଏହା ଖେଳୁଆଡ଼ ମନୋବୃତ୍ତି ନୁହେଁ ବୋଲି ଟେଲର ତାଙ୍କ ବହିରେ ଲେଖିଛନ୍ତି । ଟେଲର ୨୦୦୮ରୁ ୨୦୧୦ ମଧ୍ୟରେ ରାଜସ୍ଥାନ ରୟାଲ୍ସ ବାଙ୍ଗାଲୋର ପାଇଁ ଖେଳୁଥିଲେ ।

Get real time updates directly on you device, subscribe now.