fbpx

ଆନ୍ଧ୍ରରେ ଲାଗୁ ହେବନି ଏନଆରସି: ଜଗନ ମୋହନ ରେଡ୍ଡି

ଆନ୍ଧ୍ର, ୨୩ା୧୨: ଓଡ଼ିଶା ଓ ବିହାର ଭଳି ଆନ୍ଧ୍ରପ୍ରଦେଶରେ ମଧ୍ୟ ଲାଗୁ ହେବନି ଏନଆରସି । ଆନ୍ଧ୍ରରେ ଏନଆରସି କାର୍ଯ୍ୟକାରୀ ନ କରିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମେହନ ରେଡ୍ଡୀ ଘୋଷଣା କରିଛନ୍ତି । ତାଙ୍କ ସରକାର ଏନଆରସିକୁ ବିରୋଧ କରୁଥିବା କହିଛନ୍ତି ଜଗନ । ଫଳରେ ଏବେ କେନ୍ଦ୍ର ସରକାର ଅଡ଼ୁଆ ବଢ଼ିବାରେ ଲାଗିଛି । କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନକୁ ସଂସଦର ଉଭୟ ଗୃହରେ ପାରିତ କରାଇବା ପରେ ରାଷ୍ଟ୍ରପତି ଏହା ଉପରେ ମୋହର ମାରିଥିଲେ କିନ୍ତୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଆରମ୍ଭରୁ ଏନଆରସିକୁ ବିରୋଧ କରିବେ ବୋଲି ଘୋଷଣା କରି ଚାଲିଥିବାରୁ ଏହି ବିଲକୁ କିପରି ଆଇନରେ ପରିଣତ କରାଯିବ ସେନେଇ ବିଜେପି ନେତୃତଧୀନ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ି ବଢ଼ି ଚାଲିଛି ।

Get real time updates directly on you device, subscribe now.