fbpx

ହସ୍ପିଟାଲ ନିର୍ମାଣ ପାଇଁ ଦାନ କଲେ ଜୀବନସାରାର ପୁଞ୍ଜି: ଦେଲେ ଏତିକି କୋଟି…

ନୂଆଦିଲ୍ଲୀ: ନିଜ ଜୀବନସାରାର ପୁଞ୍ଜି ଦାନ କଲେ ଜଣେ ଏନଆରଆଇ ଡାକ୍ତର । ଜୀବନସାରାର ସଞ୍ଚୟ କରିଥିବା ୨୦ କୋଟି ଟଙ୍କାଙ୍କୁ ହସ୍ପିଟାଲ ନିର୍ମାଣ ପାଇଁ ଦାନ କରିଛନ୍ତି ଜଣେ ଡାକ୍ତର । ଏହି ଏନଆରଆଇ ଡାକ୍ତର ଜଣକ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରେ ଏକ ସରକାରୀ ହସ୍ପିଟାଲ ତିଆରି ପାଇଁ ୨୦ କୋଟି ଟଙ୍କା ଦାନ କରିଛନ୍ତି । ଯାହା ତାଙ୍କ ଜୀବନ ସାରାର ସଞ୍ଚୟ ।

ଆମେରିକା ରହୁଥିବା ଭାରତୀୟ ବଂଶୋଦ୍ଧବ ଡାକ୍ତର ଉମା ଗାଭିନି, ତାଙ୍କର ଜୀବନ ସାରା ସଞ୍ଚୟକୁ ଗୁଣ୍ଟୁରର ଉକ୍ତ ହସ୍ପିଟାଲର ମା’ ଏବଂ ଶିଶୁ ସୁରକ୍ଷା ୟୁନିଟ୍ କୁ ଦାନ କରିଛନ୍ତି । ୬୦୦ ବେଡ୍ ବିଶିଷ୍ଟ ସ୍ପେଶାଲିଷ୍ଟ ହସ୍ପିଟାଲ ଗୁଣ୍ଟୁର ମେଡିକାଲ କଲେଜ ଆଲୁମିନି ନର୍ଥ ଆମେରିକା (ଜିଏମସିଏମଏନଏ) ତିଆରି ପାଇଁ ଡାକ୍ତର ପ୍ରାୟ ୨୦ କୋଟି ଟଙ୍କା ଦାନ କରିଛନ୍ତି ।

ଡାକ୍ତର ଉମା ୧୯୬୫ ରେ ଏମବିବିଏସ କରିଥିଲେ ଏବଂ ଏହାପରେ ଗତ ଚାରି ଦଶନ୍ଧି ତଳେ ଆମେରିକା ଯାଇଥିଲେ । ସେ ଇମ୍ୟୁନୋଲୋଜୀ ଏବଂ ଆଲର୍ଜି ମେଡିସିନରେ ବିଶେଷଜ୍ଞ ଅଟନ୍ତି । ଡାକ୍ତର ତାଙ୍କର ନିଷ୍ପତ୍ତି ଏକ ଫଣ୍ଡରେଜର କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ । ଏହା ସହ ହସ୍ପିଟାଲକୁ ତାଙ୍କ ସ୍ୱାମୀଙ୍କ ନାମରେ ନାମିତ କରାଯାଇଥିଲା ।

Get real time updates directly on you device, subscribe now.