fbpx

ଇନଷ୍ଟାଗ୍ରାମରେ ନ୍ୟୁଡ୍ ଗ୍ୟାଙ୍ଗର ଆତଙ୍କ, ଇଞ୍ଜିନିୟର୍ କଲେ ଆତ୍ମହତ୍ୟା; ଝିଅ ବେଶରେ କରୁଛନ୍ତି ବ୍ଲାକମେଲ୍

ବେଙ୍ଗାଲୁରୁ: ସମଗ୍ର ବିଶ୍ୱରେ ସାଇବର କ୍ରାଇମ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସାଇବର ଅପରାଧର ଏକ ଆଶ୍ଚର୍ୟ୍ୟଜନକ ମାମଲା ସାମ୍ନାକୁ ଆସିଛି। କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଇନଷ୍ଟାଗ୍ରାମରେ ବ୍ଲାକମେଲିଂ ଯୋଗୁଁ ଆତ୍ମହତ୍ୟା କରିଦେଇଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟକ୍ତି ବୃତ୍ତିରେ ଜଣେ ଇଞ୍ଜିନିୟର ଥିଲେ। ସେ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ପୋଲିସ୍ ର କହିବା ଅନୁସାରେ, ଆତ୍ମହତ୍ୟା ପଛରେ ନ୍ୟୁଡ୍ ଗ୍ୟାଙ୍ଗଙ୍କ ଭୁମିକା ରହିଥିବା ସନ୍ଦେହ କରାଯାଉଛି । ଏହି ମାମଲାରେ ରେଳବାଇର ଅତିରିକ୍ତ ଡିଜିପି ଅପିଲ୍ କରିଛନ୍ତି ଯେ, କୌଣସି ପ୍ରକାର ସୋସିଆଲ୍ ମିଡିଆରେ ବ୍ଲାକମେଲିଂ କରାଯାଉଥିଲେ ଲଜ୍ଜା ଡରରେ ଏପରି ପଦକ୍ଷେପ ଉଠାନ୍ତୁ ନାହିଁ । ଏହାସହ ସୋସିଆଲ୍ ମିଡିଆକୁ ଲିମିଟ୍ ରେ ବ୍ୟବହାର କରନ୍ତୁ ।

ଏହି କ୍ରମରେ ଜଣେ ଇଞ୍ଜିନିୟର୍ ଆତ୍ମହତ୍ୟା କରିଛନ୍ତି । ତାଙ୍କ ସୁଇସାଇଡ୍ ନୋଟ୍ ରୁ ଜଣାପଡ଼ିଛି ଯେ, ଇନଷ୍ଟାଗ୍ରାମରେ ସେକ୍ସ ପାଇଁ ବ୍ଲାକମେଲ୍ କରାଯାଉଥିଲା । ତେଣୁ ଡିଜିପି ଅପିଲ୍ କରି କହିଛନ୍ତି ଯଦି ଏଭଳି ସମସ୍ୟା ରହିଛି ତାହେଲେ ପୋଲିସ୍ ପାଖରେ ଯାଇ ଅଭିଯୋଗ କରନ୍ତୁ । ପୋଲିସ୍ ର ସୂଚନା ମୁତାବକ, ନ୍ୟୁଡ୍ ଗ୍ୟାଙ୍ଗର ଜଣେ ଅଭିଯୁକ୍ତ ଝିଅ ବେଶରେ ଭିନ୍ନ ଭିନ୍ନ ସୋସିଆଲ୍ ମିଡିଆ ଆପ୍ ରେ ପୋଜ୍ ଦେଇଥାଏ ଓ ସେଥିରେ ଯେଉଁ ପୁଅ ଆଗ୍ରହ ପ୍ରକାଶ କରୁଥିଲେ ତାଙ୍କ ସହ ଚାଟ୍ କରିଥାଏ । ଏହାପରେ ସେକ୍ସ ଅପିଲ୍ କରିଥାଏ । ଏହାପରେ କ୍ୟାମେରା ସାମନାରେ ନ୍ୟୁଡ୍ ହେବା ପାଇଁ କହି ବ୍ଲାକମେଲ୍ କରାଯାଇଥାଏ ।

Get real time updates directly on you device, subscribe now.