fbpx

ବଡ ପରଦାକୁ ପୁଣି କମ୍ ବ୍ୟାକ୍ କରିବେ ଐଶ୍ୱର୍ଯ୍ୟା, ଦ୍ୱିତୀୟ ଇଂନିସ୍‌ ଆରମ୍ଭ ନେଇ ମିିଳିଲା ପ୍ରାକ୍ ସୂଚନା

ମୁମ୍ବାଇ; ବଚ୍ଚନ ପରିବାରର ବୋହୁ ସାଜିବା ଏବଂ କନ୍ୟା ସନ୍ତାନର ଜନନୀ ହେବା ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଡ଼ ପରଦାଠାରୁ କିଛିଟା ଦୂରେଇ ଯାଇଛନ୍ତି । ହେଲେ ସେ କୁଆଡେ ବଲିଉଡ୍‌ରେ ତାଙ୍କର ଦ୍ୱିତୀୟ ଇଂନିସ୍‌ ଆରମ୍ଭ କରିବାକୁ ମାଇଣ୍ଡ ମେକଅପ୍‌ କରିସାରିଲେଣି । ତାଙ୍କ ପାଖକୁ ପ୍ରାକ୍‌ ସୂଚନା ପାଇବା ପରେ କେତେକ ପ୍ରଯୋଜକ ତାଙ୍କୁ ସାଇନ୍‌ କରିବାକୁ ଚିିନ୍ତା କରୁଛନ୍ତି । ସେପଟେ ଅନ୍ୟତମ ବିଶିଷ୍ଟ ନିର୍ଦ୍ଦେଶକ ମଣି ରତ୍ନମ୍‌ ମଧ୍ୟ ତାଙ୍କର ପରବର୍ତୀ ଫିଲ୍ମର ନାୟିକାପାଇଁ ଐଶ୍ୱର୍ଯ୍ୟାଙ୍କୁ ଚୟନ କରିଛନ୍ତି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଜଣାଯାଇଛି ।

ଏ ସମ୍ପର୍କରେ ସେ କହିଛନ୍ତି, ମଣି ରତ୍ନମ୍‌ଙ୍କ ପରି ନିର୍ଦ୍ଦେଶକଙ୍କ ଫିଲ୍ମରେ କରିବାକୁ କିଏ ବା ନ ଚାହେଁ? ଆଉ ସେଥିରୁ ମୁଁ ବାଦ୍‌ ପଡିବି କିପରି । ସେ ତାଙ୍କର ଆଗାମୀ ଫିଲ୍ମରେ ମୋତେ ସାଇନ୍‌ କରିବେ ବୋଲି ମୁଁ ମଦ୍‌ୟ ଶୁଣିଛି । ହେଲେ ଅଫିସିଆଲ ଅଫର ଆସିଲେ ମୁଁ ଯାହା କହିପାରିବି । ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଶେଷ ଫିଲ୍ମ ଫନ୍ନେ ଖାନ୍‌ ୨୦୧୮ରେ ରିଲିଜ୍‌ ହୋଇଥିଲେ, ହେଲେ ଦର୍ଶକ ଏହି ଚିତ୍ରଟିକୁ ଗ୍ରହଣ କରିନଥିଲେ । ତେବେ ବଲିଉଡ୍‌ରେ ନିଜର ଦ୍ୱିତୀୟ ଇନିଂସ୍‌ରେ ଐଶ୍ୱର୍ଯ୍ୟା କି କମାଲ କରୁଛନ୍ତି ତାହା ଆଗାମୀ ସମୟ ହିଁ କହିବ ।

Get real time updates directly on you device, subscribe now.