fbpx
BSKY SKY
BSKY SKY

ଏଣିକି ମୋବାଇଲ୍ ରିଚାର୍ଜ ପାଇଁ ଗ୍ରାହକଙ୍କୁ ମିଳିବ ଅତିକମରେ ୩୦ ଦିନର ଭାଲିଡିଟି, TRAI ଜାରି କଲା ନୂଆ ଗାଇଡଲାଇନ୍

BSKY

ନୂଆଦିଲ୍ଲୀ: ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ମୋବାଇଲ ଗ୍ରାହକଙ୍କ ସୁବିଧା ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଟ୍ରାଇ ପକ୍ଷରୁ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା (ଟିଏସପି)ଙ୍କୁ ୨୮ ଦିନର ଅଫର ବଦଳରେ ୩୦ ଦିନର ବୈଧତା ଥିବା ରିଚାର୍ଜ ପ୍ୟାକ୍ ବାଧ୍ୟତାମୂଳକ କରିବାକୁ କୁହାଯାଇଛି । ଏଣିକି ପ୍ରତ୍ୟେକ ଟିଏସପି ଅତିକମରେ ଗୋଟିଏ ପ୍ଲାନ ଭାଉଚର, ଗୋଟିଏ ସ୍ପେଶାଲ ଟାରିଫ ଭାଉଚର ଓ ଗୋଟିଏ କମ୍ବୋ ଭାଉଚର ଦେବାକୁ ପଡ଼ିବ । ଏହି ସମସ୍ତ ପ୍ଲାନର ବୈଧତା ୩୦ ଦିନ ପାଇଁ ରହିବ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି ।

୨୮ ଦିନର ବୈଧତା ପ୍ଲାନ ବଦଳରେ ୩୦ ଦିନିଆ ପ୍ଲାନ ଆଣିବାକୁ କିଛି ଉପଭୋକ୍ତାଙ୍କ ପକ୍ଷରୁ ଦାବି କରାଯାଇଥିଲା । ଉପଭୋକ୍ତାଙ୍କ ହିତସାଧନ ପାଇଁ ଟ୍ରାଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ ବର୍ଷ ମେ ୧୩ ତାରିଖରେ ଟାରିଫ ଅଫର ଓ ବୈଧତା ଅବଧିକୁ ନେଇ ଏକ ପରାମର୍ଶ ପତ୍ର ଜାରି କରାଯାଇଥିଲା । ସେଥିରେ ଟ୍ରାଇ ପକ୍ଷରୁ ଜବାବ ତଲବ ପାଇଁ କୁହାଯାଇଥିଲା । ଏହାର ସମ୍ପୂର୍ଣ୍ଣ ବିବରଣୀ ଟ୍ରାଇ ୱେବସାଇଟରେ ଉପଲବ୍ଧ ରହିଛି । ପରାମର୍ଶ ପତ୍ର ମାଧ୍ୟମରେ ଅଣାଯାଇଥିବା ମୁଦ୍ଦା ଉପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଓପନ ହାଉସ୍ ଡିସକସନ କରାଯାଇଥିଲା ।

Get real time updates directly on you device, subscribe now.