fbpx

ହିନ୍ଦୁ ଗୋଷ୍ଠୀଙ୍କ ଶୋଭାଯାତ୍ରା ବେଳେ ସଂଘର୍ଷ ୩ ମୃତ: ହରିୟାଣାରେ ହାଇ ଆଲର୍ଟ, ସ୍କୁଲ-ଇଣ୍ଟରନେଟ ବନ୍ଦ

ମେୱାତ: ହରିଆଣାର ମେୱାତ ଜିଲ୍ଲାରେ ନ୍ୟୁହରେ ଜିଲ୍ଲାର ନନ୍ଦ ଗ୍ରାମ ଠାରେ ସୋମବାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ମାତୃ ଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ବାହାରିଥିବା ବ୍ରଜମଣ୍ଡଳ ଯାତ୍ରା ବେଳେ ଦୁଇ ଗୋଷ୍ଠୀ ଭିତରେ ମାରପିଟ ହୋଇଥିଲା। ଦୁର୍ବୃତ୍ତମାନେ ଏହି ସମୟରେ ଅନେକ ଗାଡ଼ିରେ ନିଆଁ ଲଗାଇ ଜାଳି ଦେଇଛନ୍ତି । ସଂଘର୍ଷ ରୋକିବାକୁ ଚେଷ୍ଟା କରିବା ବେଳେ ପୁଲିସ ଉପରେ ମଧ୍ୟ ଟେକାମାଡ଼ ବାଜିଛି। କିଛି ସ୍ଥାନରେ ଗୁଳିକାଣ୍ଡ ମଧ୍ୟ ଘଟିଛି । ଏହି ଘଟଣାରେ ୩ ହୋମ୍‌ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଆହତଙ୍କ ଭିତରେ ୧୦ ଜଣ ପୁଲିସ କର୍ମଚାରୀ ମଧ୍ୟ ଅଛନ୍ତି ।

ହିଂସାକୁ ଦୃଷ୍ଟିରେ ରଖି ଲୋକଙ୍କ ସମାବେଶକୁ ନିଷିଦ୍ଧ କରି ନୁହ ଏବଂ ଗୁରୁଗ୍ରାମ ଜିଲ୍ଲାରେ ନିଷେଧାଦେଶ ଜାରି କରାଯାଇଛି। ବୁଧବାର ପର୍ଯ୍ୟନ୍ତ ନେହା ଏବଂ ଫରିଦାବାଦରେ ମୋବାଇଲ୍ ଇଣ୍ଟରନେଟ୍ ସେବା ସ୍ଥଗିତ ରହିଥିଲା। ସତର୍କତାମୂଳକ ପଦକ୍ଷେପ ଭାବରେ ଗୁରୁଗ୍ରାମ, ଫରିଦାବାଦ ଏବଂ ପାଲୱାଲ ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକୁ ମଙ୍ଗଳବାର ଦିନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଜୟ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କୁ ନୁହା ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଅନ୍ୟ 16 ଜଣ ଚିକିତ୍ସିତ ହେଉଛନ୍ତି।

ସେହିପରି ସ୍ଥାନୀୟ ପ୍ରଶାସନ ଗୁରୁଗ୍ରାମ-ସେହନା ପର୍ଯ୍ୟନ୍ତ ରାସ୍ତାକୁ ବନ୍ଦ କରି ଦେଇଛି । ଏହି ଗୋଷ୍ଠୀ ସଂଘର୍ଷ ପରେ ଶୋଭାଯାତ୍ରାରେ ସାମିଲ ପ୍ରାୟ ୨୫୦୦ ଲୋକ ପ୍ରାଣ ବଞ୍ଚାଇବାକୁ ନଲ୍‌ହଡ୍ ମନ୍ଦିରରେ ଫସି ରହିଛନ୍ତି । ଯାହା ଭିତରେ ବହୁ ସଂଖ୍ୟାରେ ଶିଶୁ ଓ ମହିଳା ରହିଛନ୍ତି । ମନ୍ଦିର ବାହାରେ ଦୁଇଗୋଷ୍ଠୀ ଭିତରେ ଭୀଷଣ ପଥର ମାଡ଼ ଜାରି ରହିଛି ।

 

Get real time updates directly on you device, subscribe now.