fbpx
BJD SKY
BJD SKY

୧ ହଜାର ପୁଅଙ୍କ ପାଇଁ ଓଡିଶାରେ କେତେ ଜଣ ଝିଅ ରହିଛନ୍ତି? ରିପୋର୍ଟ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ

BJD

ଓଡିଶା ଭାସ୍କର: ଝିଅଙ୍କ ସଂଖ୍ୟା ହ୍ରାସରେ ୬ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଯାହା ଏବେ ଏହା ଆମ ରାଜ୍ୟ ପାଇଁ ଅତ୍ୟନ୍ତ ଚିନ୍ତାଜନକ ବିଷୟ। କାରଣ ଗତ ୪ ବର୍ଷରେ ଝିଅଙ୍କ ସଂଖ୍ୟା ୨୩ ପ୍ରତିଶତକୁ କମିଥିବା ଜଣାପଡିଛି। ତେବେ ପ୍ରତି ୧ ହଜାର ପୁଅରେ ଏବେ ଝିଅଙ୍କ ସଂଖ୍ୟା ମାତ୍ର ୯୨୫ ରହିଛି। ବିଶଷେକରି ଉପାନ୍ତ ଅପେକ୍ଷା ଉପକୂଳ ଜିଲ୍ଲାରେ ଏହି ସ୍ଥିତି ସଂଗୀନ ରହିଥିବା ଦେଖିବାକୁ ମିଳୁଛି।

ସୂଚନା ଅନୁଯାୟୀ, ନୟାଗଡ଼ରେ ୧୦୦୦ ପୁଅଙ୍କ ତୁଳନାରେ ଝିଅଙ୍କ ହାର ମାତ୍ର ୮୧୧ ରହିଛି। ସେହିପରି ୧୦୦୦ ପୁଅଙ୍କ ପାଇଁ ଢେଙ୍କାନାଳରେ ଝିଅଙ୍କ ହାର ୮୬୫ ରହିଛି। ସୋନପୁରରେ ୮୮୦, ଅନୁଗୁଳରେ ୮୮୫, ଜଗତସିଂହୁରରେ ୮୯୭ ଓ କେନ୍ଦ୍ରାପଡ଼ାରେ ରହିଛି ୮୯୮। ଲିଙ୍ଗ ନିରୂପଣ ପରେ ଗର୍ଭପାତ, ପୁତ୍ର ସନ୍ତାନକୁ ପ୍ରାଧାନ୍ୟ ଏବଂ ମାନସିକତାରେ ପରିବର୍ତ୍ତନ ନ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି। ଏହାକୁ କିପରି ରୋକି ହେବ ଓ ଝିଅଙ୍କ ସଂଖ୍ୟା ବୃଦ୍ଧି ପାଇବ ସେ ନେଇ ସରକାରୀ ସ୍ଥରରେ ମାନସ ମନ୍ଥନ ଚାଲିଛି। ଯେଉଁଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ କର୍ମଶାଳା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। କର୍ମଶାଳାରେ ଡାକ୍ତର, ସମାଜିକ ବିଜ୍ଞାନୀ, ସବୁ ଜିଲ୍ଲାର ଜନସ୍ଵାସ୍ଥ୍ୟ ଅଧିକାରୀ ଏବଂ ଆଇନ ବିଶେଷଜ୍ଞ ଯୋଗ ଦେଇଥିବା ବେଳେ ଏନେଇ ବିସ୍ତୃତ ଆଲୋଚନା ଜାରି ରହିଛି। ତେବେ ପ୍ରକାଶ ପାଇଥିବା ଗତ ୪ ବର୍ଷର ରିପୋର୍ଟ ଏବେ ସ୍ୱାସ୍ଥ୍ୟ ବିଭାଗର ଉଦବେଗ ବଢାଇଥିବା ଚର୍ଚ୍ଚା ହେଉଛି।

Get real time updates directly on you device, subscribe now.