fbpx

(Video) ଲାଇଭ୍ ମର୍ଡର: ସୋଫାରେ ବସିଥିଲେ ସୁଖଦେବ ସିଂହ, ହଠାତ ବର୍ଷିଲା ଗୁଳି, ସିସିଟିଭିରେ ଭିଡିଓ କଏଦ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସକାଳେ ରାଜସ୍ଥାନର ରାଜଧାନୀ ଜୟପୁରରେ ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣୀ ସେନା ସୁଖଦେବ ସିଂହ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସ୍କୁଟରରେ ଆସିଥିବା ଦୁଇଜଣ ଦୁଷ୍କର୍ମକାରୀ ତାଙ୍କୁ ଭେଟିବାର ବାହାନା କରି ସୁଖଦେବ ସିଂହ ଗୋଗାମେଡିଙ୍କ ସହ କଥା ହୋଇଥିଲେ। ପ୍ରାୟ ୧୦ ମିନିଟ୍ କଥାବାର୍ତ୍ତା କରିବା ପରେ ଉଭୟ ଦୁଷ୍କର୍ମକାରୀ ଗୁଳି ଚଳାଇଥିଲେ। ତାଙ୍କ ହତ୍ୟା ପରେ ଜୟପୁରରେ ଉତ୍ତେଜନା ଦେଖାଦେଇଛି। ସୁଖଦେବ ସିଂଙ୍କ ବାସଭବନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୂଚନାନୁସାରେ, ତାଙ୍କୁ ଚାରିଥର ଗୁଳି କରାଯାଇଥିଲା।

ଏହି ହତ୍ୟାକାଣ୍ଡ ସିସିଟିଭି ଫୁଟେଜରେ କଏଦ ହୋଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଦ୍ୱାରା ପ୍ରକାଶିତ ଫୁଟେଜ୍ ଅନୁଯାୟୀ ଏହି ଦୁଇ ହତ୍ୟାକାରୀ ସୁଖଦେବ ସିଂହ ଗୋଗାମେଡି ଏବଂ କିଛି ଲୋକ ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ହଠାତ୍ ଦୁଇଜଣ ଆକ୍ରମଣକାରୀ ଗୁଳି ଚଳାଇବା ଆରମ୍ଭ କଲେ। ସୋଫାରେ ବସିଥିବା ସୁଖଦେବ ସିଂହ ଖସିଯିବାର ସୁଯୋଗ ପାଇଲେ ନାହିଁ ଏବଂ ତାଙ୍କ ଦେହରେ ପ୍ରାୟ ଚାରିଟି ଗୁଳି ବାଜିଛି।

ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ତାଙ୍କ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚଳାଇଛନ୍ତି। ଗୁଳି ଚଳାଇବା ପରେ ଉଭୟ ଅଭିଯୁକ୍ତ ପଳାଇ ଯାଇଥିଲେ। ଗୁଳି ଚଳାଇବା ପରେ ସୁଖଦେବ ସିଂହ ଗୋଗାମେଡିଙ୍କୁ ମେଟ୍ରୋ ମାସ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ରାଜପୁତ ସମ୍ପ୍ରଦାୟର ସଦସ୍ୟମାନେ ସୁଖଦେବ ସିଂହଙ୍କ ହତ୍ୟାକୁ ନେଇ ଜୟପୁରର ଏକ ଡାକ୍ତରଖାନା ବାହାରେ ବିରୋଧ କରୁଛନ୍ତି। ତାଙ୍କର ମୃତଦେହକୁ ଏହି ଡାକ୍ତରଖାନାରେ ରଖାଯାଇଛି।

Get real time updates directly on you device, subscribe now.