fbpx

PM Kisaan Yojna କୁ ନେଇ ବଡ଼ ଅପଡେଟ! ଏହି କୃଷକମାନଙ୍କୁ ମିଳିବନି ୧୬ତମ କିସ୍ତିର ଟଙ୍କା, କାହିଁକି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ଭାରତ ସରକାର । ଯୋଗ୍ୟ ହିତାଧିକାରୀମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରିବା ସହ ସେମାନଙ୍କୁ କୃଷି ପ୍ରତି ମଧ ଉତ୍ସାହ ବୃଦ୍ଧି କରାଇଛନ୍ତି । ଏହି ଯୋଜନାରେ ଦେଶର ପ୍ରାୟ ୨ ଲକ୍ଷ ୩୯ ହଜାର ୩୨୫ ଜଣ କୃଷକ ୧୫ଟି କିସ୍ତିରେ ଟଙ୍କା ପାଇ ସାରିଛନ୍ତି । କିନ୍ତୁ ଆଗାମୀ କିସ୍ତି ପାଇବାରେ କିଛି କୃଷକଙ୍କୁ ଏଥିରୁ ବାଦ୍ ଦିଆ ଯାଇପାରେ । ଅନେକ କୃଷକଙ୍କ ଆକାଉଣ୍ଟକୁ ଆସି ନ ପାରେ ଯୋଜନାର ପରବର୍ତ୍ତୀ କିସ୍ତି । ପ୍ରାୟ ୧୮ ହଜାରରୁ ଅଧିକ କୃଷକଙ୍କ ନାମ ଏହି ତାଲିକାରେ ସାମିଲ ହୋଇ ରହିଛି ।

ସୂଚନା ଅନୁସାରେ, ଦେଶରେ ୨ ଲକ୍ଷ ୩୯ ହଜାର ୩୨୫ କୃଷକ ପିଏମ କିସାନ ଯୋଜନାର ଲାଭ ଉଠାଇ ପାରୁଛନ୍ତି । ତେବେ ଏଥିମଧ୍ୟରୁ ପ୍ରାୟ ୧୮ ହଜାର ୭୨୫ଜଣ ଚାଷୀ ଆଗାମୀ କିସ୍ତି ପାଇବାରୁ ବଞ୍ଚିତ ହୋଇପାରନ୍ତି । ଯୋଜନା ଅନୁସାରେ କେୱାଇସି ଅପଡେଟ କରିବା ପରେ ହିଁ ଆଗାମୀ କିସ୍ତି ପାଇପାରିବେ ହିତାଧୀକାରୀ । ତେବେ ୨ ଲକ୍ଷ ୨୦ ହଜାର ଚାଷୀ ଏଥିପାଇଁ କେୱାଇସି ଅପଡେଟ କରି ସାରିଥିବା ବେଳେ ବାକି କୃଷକମାନେ ଏଥିରେ ବିଳମ୍ବ କରୁଛନ୍ତି । ତେଣୁ ସେମାନଙ୍କୁ ଯୋଜନାର ୧୬ତମ କିସ୍ତିରୁ ବଞ୍ଚିତ କରାଯାଇପାରେ । ତେବେ ବିଥାନ, ଶିବାଜୀନଗର, କଲ୍ୟାଣପୁର ଏବଂ ହସନପୁର ଅଞ୍ଚଳର ଅଧିକାଂଶ ଚାଷୀ ସାମିଲ ରହିଛନ୍ତି । ଆଗାମୀ କିସ୍ତି ପାଇବାକୁ ହେଲେ କୃଷକମାନେ ନିଜ କେୱାଇସି ଅପଡେଟ କରାଇବା ପାଇଁ କୁହାଯାଇଛି ।

ସୂଚନା ଥାଉ କି, ପିଏମ କିସାନ ଯୋଜନା ଦ୍ୱାରା ପ୍ରତିବର୍ଷ ୬୦୦୦ ଟଙ୍କା ଲେଖାଏଁ କୃଷକମାନଙ୍କୁ ପ୍ରଦାନ କରାଯାଉଛି । ତେବେ ଏଥିପାଇଁ ସେମାନଙ୍କ ଇ-କେୱାସି ଅପଡେଟ କରି ରଖିବା ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଇ-କେୱାଇସିକୁ ନେଇ କୃଷକମାନେ ବିଶେଷ ରୁଚି ରଖୁ ନଥିବା ଦେଖିବାକୁ ମିଳିଛି । କୃଷି ବିଭାଗ ଦ୍ୱାରା ଲୋକମାନଙ୍କୁ ଲଗାତାର ସଚେତନ କରାଯାଉଛି ।

Get real time updates directly on you device, subscribe now.