fbpx

ଧାରଣାରୁ ଓହରିଲେ ନର୍ସ

ବ୍ରହ୍ମପୁର, ୧୧ା୫(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା କୋଭିଡ଼ ହସ୍ପିଟାଲରେ ନର୍ସମାନେ ଦେଇଥିବା ଧାରଣାରୁ ଓହରିଥିବା ନେଇ ସୂଚନା ମିଳିଛି । ଏହାସହ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲର ନର୍ସମାନଙ୍କ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ଉପଜିଲ୍ଳାପାଳଙ୍କ ପ୍ରତିଶୃତି ପରେ ଧାରଣାରୁ ଓହରିଛନ୍ତି ନର୍ସ । ନର୍ସଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯିବ ପ୍ରତିଶୃତି ପରେ ସେମାନେ ଆନ୍ଦୋଳନରୁ ଓହରିଛନ୍ତି ।
ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ଧାରଣାରେ କୋଭିଡ଼ ହସ୍ପିଟାଲ ନର୍ସମାନେ ବସିଥିଲେ ବୋଲି ସୂଚନା ରହିଛି । ମାସ୍କ, ସାନିଟାଇଜର, ଗ୍ଲୋବସ ଦାବିରେ ଧାରଣା ଦେଇଥିଲେ ଶୀତଳାପଲ୍ଲୀ କୋଭିଡ଼ ହସ୍ପିଟାଲର ନର୍ସ । ବଡ଼ ମେଡ଼ିକାଲ ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ ।

Get real time updates directly on you device, subscribe now.