fbpx

ନର୍ସଙ୍କୁ ୨୧ ବର୍ଷ ଧରି ଦୁଷ୍କର୍ମ କରୁଥିଲା ୫୯ ବର୍ଷୀୟ ଲ୍ୟାବ୍ ଟେକ୍ନିସିଆନ୍; ଅଭିଯୋଗ ପରେ ହେଲା ଗିରଫ

ଭଦୋହି: ଉତ୍ତରପ୍ରଦେଶର ଭଦୋହିରେ ଜଣେ ନର୍ସଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ୨୧ ବର୍ଷ ଧରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ସ୍ୱାସ୍ଥ୍ୟ ବିଭାଗରେ ଲ୍ୟାବ୍ ଟେକ୍ନିସିଆନ୍ ଭାବେ କାମ କରୁଥିବା ଜଣେ ୫୯ ବର୍ଷୀୟ ବ୍ୟକ୍ତିଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶୁକ୍ରବାର ପୁଲିସ ଗିରଫ କରିଛି। ଏହି ମାମଲା ଜଣେ ୩୬ ବର୍ଷୀୟ ନର୍ସଙ୍କ ସହ ଜଡ଼ିତ, ଅଭିଯୁକ୍ତ ଚିନ୍ତାମଣି ଶର୍ମାଙ୍କ ବିରୋଧରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସବିହା ଖାତୁନଙ୍କ କୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି।

ଭଦୋହି ଏସ୍ ପି ମୀନାକ୍ଷୀ କାତ୍ୟାୟନ କହିଛନ୍ତି ଯେ ଅଭିଯୁକ୍ତ ଓ ଅଭିଯୋଗକାରୀ ଗୋଟିଏ ସ୍ଥାନରେ ରହୁଥିଲେ। ପାଠପଢ଼ାରେ ସାହାଯ୍ୟ କରିବା ବାହାନାରେ ଅଭିଯୁକ୍ତ ନାବାଳିକାଙ୍କ ସହ ଘନିଷ୍ଠତା ବଢ଼ାଇଥିଲା। ସେତେବେଳେ ନାବାଳିକାଙ୍କୁ ୧୫ ବର୍ଷ ହୋଇଥିଲା ଏବଂ ସେ ତାଙ୍କ ପରିବାର ସହ ବାରଣାସୀ ଜିଲ୍ଲାରେ ରହୁଥିଲେ। ଶର୍ମା ତାଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ କରିଥିଲେ। ଏପରିକି ଶର୍ମା ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ବାରମ୍ବାର ଯୌନ ଶୋଷଣ କରୁଥିଲେ।

ଏସପି କହିଛନ୍ତି ଯେ, ପାଠପଢ଼ା ଶେଷ କରିବା ପରେ ଅଭିଯୋଗକାରୀ ଜଣେ ନର୍ସ ଚାକିରିକୁ ଚୁକ୍ତିଭିତ୍ତିକ ଭାବେ ଗ୍ରହଣ କରିଥିଲେ। ବାରାଣସୀରୁ ଆସି ଅଭିଯୋଗକାରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ନର୍ସ ଜଣକ ବିବାହ କଥା କହିବାରୁ ସେ ତାଙ୍କ ସହ ଅସଦାଚରଣ କରିବା ସହ ମାଡ଼ ମାରିବା ସହ ଘର ଭଙ୍ଗାରୁଜା କରିଥିବା ଏସ୍ପି କହିଛନ୍ତି। ଶର୍ମାଙ୍କୁ ଶୁକ୍ରବାର ବାରଣାସୀରୁ ଗିରଫ କରାଯାଇଛି। ନର୍ସଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି ଏବଂ ଖୁବ୍ ଶୀଘ୍ର କୋର୍ଟରେ ତାଙ୍କ ଲିଖିତ ବୟାନ ରେକର୍ଡ କରାଯିବ।

Get real time updates directly on you device, subscribe now.