fbpx
BJD SKY
BJD SKY

ନର୍ସରୀ ତାଲିମ ପ୍ରମାଣପତ୍ର ‘ବିଟିସି’ ସହିତ ସମାନ ନୁହେଁ: ହାଇକୋର୍ଟ

BJD

ନୂଆଦିଲ୍ଲୀ: ଆଲାହାବାଦ ହାଇକୋର୍ଟ ନର୍ସରୀ ଟ୍ରେନିଂ ସାର୍ଟିଫିକେଟ୍ ବିଟିସି (ବେସିକ୍ ଟ୍ରେନିଂ ସାର୍ଟିଫିକେଟ୍) ସହିତ ସମାନ ବୋଲି ବିଚାର କରିବାକୁ ମନା କରି ଦେଇଛନ୍ତି । ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ ବିଟିସିର ପାଠ୍ୟକ୍ରମ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ହୋଇଥିବାବେଳେ ପ୍ରି-ସ୍କୁଲରୁ ଶ୍ରେଣୀ-୨ ପର୍ଯ୍ୟନ୍ତ ଶିକ୍ଷାଦାନ ଉଦ୍ଦେଶ୍ୟରେ ସାର୍ଟିଫିକେଟ୍ ଟ୍ରେନିଂ (ଶିଶୁ ଶିକ୍ଷା) ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଉଭୟ ପାଠ୍ୟକ୍ରମ ସମାନ ବୋଲି ବିବେଚନା କରାଯାଇପାରିବ ନାହିଁ ।

ବାରବାଙ୍କି ଜିଲ୍ଲାର ମାଲା ଯାଦବ, ମମତା, ବିନ୍ଦୁ ଯାଦବ ଏବଂ ଅନ୍ୟମାନଙ୍କ ଆବେଦନକୁ ଖାରଜ କରିବାବେଳେ ଜଷ୍ଟିସ ସୌରଭ ଶ୍ୟାମ ଶାମଶେରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୩ ରେ ଉତ୍ତରପ୍ରଦେଶ ବେସିକ୍ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ପାଇଁ ଆବେଦନକାରୀମାନେ ଆବେଦନ କରିଥିଲେ । ଆବେଦନକାରୀମାନେ ନର୍ସରୀ ତାଲିମ ପ୍ରମାଣପତ୍ର ଆଧାରରେ ସହକାରୀ ଶିକ୍ଷକ ନିଯୁକ୍ତି ପାଇଁ କାଉନସେଲିଂରେ ଅଂଶଗ୍ରହଣ କରିଥିଲେ, କିନ୍ତୁ ଆବଶ୍ୟକ ଯୋଗ୍ୟତା ଅଭାବରୁ ନିଯୁକ୍ତ ହୋଇନଥିଲେ ।

ଦୁଇ ବର୍ଷର ବିଟିସି କିମ୍ବା ଦୁଇ ବର୍ଷର ଉର୍ଦ୍ଦୁ ବିଟିସି ପାଠ୍ୟକ୍ରମ ଭଳି ସମାନ ଢ଼ଙ୍ଗରେ ସେମାନେ ନର୍ସରୀ ତାଲିମ ପ୍ରମାଣପତ୍ର ହାସଲ କରିଛନ୍ତି ବୋଲି ଆବେଦନକାରୀମାନେ ଯୁକ୍ତି କରିଛନ୍ତିି । ଦାବି କରାଯାଇଛି ଯେ ଏହି ତାଲିମ ପ୍ରମାଣପତ୍ର ପ୍ରାଥମିକ ଶିକ୍ଷା ଡିପ୍ଲୋମା ସହିତ ସମାନ ଏବଂ ବିଟିସି ସହିତ ସମାନ । ତେଣୁ ଏଥିପାଇଁ ତାଙ୍କର ସର୍ବନିମ୍ନ ଯୋଗ୍ୟତା ମଧ୍ୟ ରହିଛି ।

ସରକାରୀ ଓକିଲ କହିଛନ୍ତି ଯେ, ଆବେଦନକାରୀମାନେ ଅନଲାଇନ୍ ଫର୍ମରେ ଆବେଦନ କରିଛନ୍ତି ଯେ ସେମାନେ ବିଟିସି ପାସ୍ କରିଛନ୍ତି, କିନ୍ତୁ ସେମାନେ କେବେ ବି ବିଟିସି କରିନାହାଁନ୍ତି । ଏଥିିରେ ଠକେଇ କରାଛି । କୋର୍ଟ ଏହି ପିଟିସନର ଆବେଦନକୁ ଖାରଜ କରିଛନ୍ତି ।

Get real time updates directly on you device, subscribe now.