fbpx

Breaking; କୃଷକ ସାଥୀଙ୍କୁ ମିଳିବ ୧୮ ହଜାର ଟଙ୍କା: ସହାୟତା ରାଶିରେ ବୃଦ୍ଧି କଲେ ସରକାର

ଭୁବନେଶ୍ୱର: କୃଷକ ସାଥୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି କୃଷକ ସାଥୀଙ୍କ ସହାୟତା ରାଶିରେ ବୃଦ୍ଧି ହେବା ନେଇ ସରକାର ଘୋଷଣା କରିଛନ୍ତି । କୃଷକ ସାଥୀମାନଙ୍କ ସହାୟତା ରାଶି ବାବଦରେ ମିଳୁଥିବା ରାଶିକୁ ବାର୍ଷିକ ୧୨ ହଜାରରୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ କୃଷକ ସାଥୀମାନଙ୍କୁ  ଏହି ରାଶି ବାବଦରେ ୧୨ ହଜାର ଟଙ୍କା ଲେଖାଏଁ ମିଳୁଥିବା ବେଳେ ବର୍ତ୍ତମାନ ୧୮ ହଜାର ଟଙ୍କା ଲେଖାଏଁ ପାଇବେ କୃଷକ ସାଥୀ । ଏହି ବର୍ଦ୍ଧିତ ରାଶି ୨୦୨୩ ଅକ୍ଟୋବରରୁ ପିଛିଲା ଭାବରେ ଲାଗୁ ହେବ ବୋଲି ସରକାରଙ୍କ ତରପରୁ ଘୋଷଣା କରାଯାଇଛି । ସରକାରଙ୍କ ଏହି ଘୋଷଣାର ରାଜ୍ୟର ୧୩,୬୦୦ କୃଷକ ସାଥୀ ଉପକୃତ ହୋଇପାରିବେ ।

Get real time updates directly on you device, subscribe now.