ଓଡ଼ିଶାର ଚାକିରି ଆଶାୟୀଙ୍କ ଏକ ବଡ଼ ସୁଯୋଗ । ଏକ ହଜାରରୁ ଅଧିକ ପଦ ପାଇଁ ନିଯୁକ୍ତି ବାହାରିଛି । ମାତ୍ର ଦୁଇ ଦିନ ପାଇଁ ଏହି ସୁଯୋଗ ରହିଛି । ଆସନ୍ତା ୧୦ ତାରିଖ ଅପରାହ୍ଣ ୫ଟା ପରେ ଆପଣମାନେ ଆଉ ଆବେଦନ କରିବାକୁ ସୁଯୋଗ ପାଇବେ ନାହିଁ । ପ୍ରାର୍ଥୀଙ୍କୁ ପ୍ରିନ୍ସପାଲ, ଇଂରାଜୀ, କେମିଷ୍ଟ୍ରି, ବାୟୋଲୋଜି, ଗଣିତ, ବାଣିଜ୍ୟ, ଅର୍ଥନୀତି ବିଷୟ ପାଇଁ ପିଜିଟି ଶିକ୍ଷକ, ଇଂରାଜୀ, ଓଡ଼ିଆ, ଗଣିତ, ବିଜ୍ଞାନ, ସାମାଜିକ ଶିକ୍ଷା ବିଷୟ ପାଇଁ ଟିଜିଟି ଶିକ୍ଷକ, ଆର୍ଟ ଶିକ୍ଷକ ପଦରେ ନିଯୁକ୍ତି ଦିଆଯିବ ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ) ପକ୍ଷରୁ ୧୦୧୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ମାର୍ଚ୍ଚ ମାସ ୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୧୦ ତାରିଖରେ ସମାପ୍ତ ହେବ । ଏପ୍ରିଲ ମାସ ୧୨ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ପେମେଣ୍ଟ ଓ ଆପ୍ଲିକେସନ ସବମିସନ କରିବାକୁ ପଡ଼ିବ । ସମସ୍ତ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ଦରମା ହାର ଅଲଗା ଅଲଗା ରହିଛି । ୨୦୨୩ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନୋକ୍ତ ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ଅନଲାଇନ୍ ଆବେଦନ ଲିଙ୍କ: https://cdn.digialm.com/EForms/configuredHtml/1258/81498/Index.html
ନୋଟିଫିକେସନ ଲିଙ୍କ: https://oav.edu.in/documents/oav/recruitments/230306112031_Detailed_modalities_for_invitation_of_applications_for_the_posts_of_Principals,_Teachers_in_the_Odisha_Adarsha_Vidyalayas.pdf
ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.oavs.in/