fbpx
BSKY SKY
BSKY SKY

ଭିଡିଓ : ସୁଖୋଇ-୩୦ ଯୁଦ୍ଧ ବିମାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ଉଡାଣ

BSKY

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ସୁଖୋଇ ୩୦ ଏମ୍‌କେଆଇ ଯୁଦ୍ଧ ବିମାନରେ ଏକ ଐତିହାସିକ ଉଡାଣ ଶେଷ କରିଛନ୍ତି । ଏପରି ପଦକ୍ଷେପ ନେଇଥିବା ସେ ହେଉଛନ୍ତି ଦେଶର ତୃତୀୟ ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର କୁହାଯାଉଥିବା ରାଷ୍ଟ୍ରପତି ପ୍ରାୟ ୩୦ ମିନିଟ୍ ପାଇଁ ଉଡିଥିଲେ। ସେ ବାୟୁସେନା ଷ୍ଟେସନକୁ ଫେରିବା ପୂର୍ବରୁ ହିମାଳୟ ଦୃଶ୍ୟ ସହିତ ବ୍ରହ୍ମପୁତ୍ର ଏବଂ ତେଜପୁର ଉପତ୍ୟକାକୁ ଆକାଶମାର୍ଗରୁ ପରିଦର୍ଶନ କରିଥିଲେ ।

ଏହି ବିମାନଟି ୧୦୬ ସ୍କ୍ୱାଡ୍ରେନ୍ କମାଣ୍ଡିଂ ଅଫିସର ଗ୍ରୁପ୍ କ୍ୟାପଟେନ ନବୀନ କୁମାରଙ୍କ ଦ୍ୱାରା ଉଡାଯାଇଥିଲା। ଏହି ବିମାନ ସମୁଦ୍ର ପତ୍ତନଠାରୁ ପ୍ରାୟ ଦୁଇ କିଲୋମିଟର ଉଚ୍ଚରେ ଏବଂ ଘଣ୍ଟା ପ୍ରତି ପ୍ରାୟ ୮୦୦ କିଲୋମିଟର ବେଗରେ ଉଡିଥିଲା।

ପରେ ଭିଜିଟର ବୁକ୍ ରେ ରାଷ୍ଟ୍ରପତି ଏକ ସଂକ୍ଷିପ୍ତ ନୋଟ୍ ଲେଖି ନିଜର ଭାବନା ପ୍ରକାଶ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ, ଭାରତୀୟ ବାୟୁସେନାର ଶକ୍ତିଶାଳୀ ସୁଖୋଇ -୩୦ ଏମ୍‌କେଆଇ ଯୁଦ୍ଧ ବିମାନରେ ଉଡ଼ିବା ମୋ ପାଇଁ ଏକ ଉତ୍ସାହଜନକ ଅନୁଭୂତି ଥିଲା। ମୁଁ ଗର୍ବିତ ଯେ ଭାରତର ପ୍ରତିରକ୍ଷା ସ୍ଥଳ, ବାୟୁ ଏବଂ ସମୁଦ୍ରର ସମସ୍ତ ସୀମାକୁ ତଦାରଖ କରିବା ପାଇଁ କ୍ଷମତା ବହୁଗୁଣିତ ହୋଇଛି। ମୁଁ ଏହି ପ୍ରକାର ଆୟୋଜନ ପାଇଁ ଭାରତୀୟ ବାୟୁସେନା ଏବଂ ତେଜପୁର ବାୟୁସେନା ଷ୍ଟେସନର ସମସ୍ତ ଦଳକୁ ଅଭିନନ୍ଦନ ଜଣାଉଛି। “

Get real time updates directly on you device, subscribe now.